ଶାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ବିୟୋଗ

ବଲାଙ୍ଗିର:- ‘ଶାରଳା’ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ମନୋଜ ପଣ୍ଡାଙ୍କର ଆଜି ହୃଦ୍‌ଘାତରେ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ କରିଛନ୍ତି।ବଲାଙ୍ଗିର ଜିଲ୍ଲାରେ ୧୯୫୪ ମସିହା ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସ୍ତମ୍ଭକାର ତଥା ଗାଳ୍ପିକ ମନୋଜ ପଣ୍ଡା। ପାଠ ପଢ଼ା ଶେଷ ପରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ତେବେ ୨୦୧୨ ମସିହାରେ ଶିକ୍ଷକତା ଜୀବନରୁ ଅବସର ନେଇ ସାହିତ୍ୟ ରଚନାରେ ଲାଗି ପଡ଼ିଥିଲେ। ସେ ‘ହାଡ ବଗିଚା’, ‘ମାୟା ବଗିଚା’, ‘ବର୍ଣ ବଗିଚା’ ପରି ଅନେକ ଗଳ୍ପ ସଂକଳନ ରଚନା କରିଥିଲେ। ଗଳ୍ପ ସଂକଳନ ‘ମାୟା ବଗିଚା’ ପାଇଁ ତାଙ୍କୁ ୨୦୧୫ ମସିହାରେ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜି ସେହି ମହାନ ବ୍ୟକ୍ତିଙ୍କର ହୃଦଘାତରେ ପରଲୋକ ହୋଇଯାଇଛି।

Leave a Reply

Your email address will not be published. Required fields are marked *