ଆସିଲା ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ମୁଣ୍ଡରେ ଶକ୍ତ ଆଘାତ ପାଇଁ ମାନବପ୍ରେମୀଙ୍କ ମୃତ୍ୟୁ

ଭୁବନେଶ୍ୱର -:- ସମାଜସେବୀ ‘ମାନବପ୍ରେମୀ’ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଧୀରେ ଧୀରେ ରହସ୍ୟ ଘେରକୁ ଚାଲିଯାଉଛି। ଏହାରି ଭିତରେ ଆଜି ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ସୂଚିତ ରହିଛି କି, ସମାଜସେବୀ ଆଦିତ୍ୟ ଦାଶଙ୍କ ମସ୍ତିଷ୍କରେ ଶକ୍ତ ଆଘାତ ( ବ୍ରେନ୍ ହାମରେଜ୍) ଲାଗିବା ଯୋଗୁଁ ମୃତ୍ୟୁ ହୋଇଛି। ଶକ୍ତ ଆଘାତରେ ଆଦିତ୍ୟଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ରିପୋର୍ଟରେ ମଧ୍ୟ ଉଲ୍ଲେଖ ରହିଛି । ତେବେ ଘଟଣାର ତଦନ୍ତ କରୁଥିବା ଜିଆରପି ପୁଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତାନ୍ତର କରାଯାଇଛି ।

ସେପଟେ ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇଛି।
ଏଥିସହିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ ମିଳିଥିବା ସୁଇସାଇଡକୁ ନେଇ ମଧ୍ୟ ରହସ୍ୟ ବଢିବାରେ ଲାଗିଛି। ଆଦିତ୍ୟଙ୍କ ମୃତ୍ୟୁ ପରେ ପୁଲିସ ତାଙ୍କ ଡାଏରୀ ଜବତ କରିଥିବା ବେଳେ ଏଥିରେ ଲେଖାଥିବା ସୁଇସାଇଡ ନୋଟ ଆଦିତ୍ୟଙ୍କ ହାତ ଲେଖା ନୁହେଁ ବୋଲି ପିପୁଲ ଫର ସେବା ସଂସ୍ଥାର ସଦସ୍ୟ କହିଛନ୍ତି । ଏହା ଆଦିତ୍ୟଙ୍କ ହସ୍ତାକ୍ଷର ନୁହେଁ । ଏହାର ଯାଞ୍ଚ କରାଯାଉ । ଏପରିକି ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରଯାଇଛି। ଏହା ପଛରେ ଅନେକ ଷଡଯନ୍ତ୍ର ଅଛି ବୋଲି ପିପୁଲ ଫର ସେବାର ସଦସ୍ୟ କହିଛନ୍ତି। ଗତ ମଙ୍ଗଳବାର ସୁନ୍ଦରପଦା ନିକଟସ୍ଥ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତହେଦ ମିଳିଥିଲା ।

ସେପଟେ ଆଦିତ୍ୟଙ୍କ ସୁଇସାଇଡକ ନୋଟକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି ଜିଆରପି ଏସପି କହିଛନ୍ତି । ଏହା ଆଦିତ୍ୟଙ୍କ ହାତଲେଖା କି ନୁହେଁ ସେ ନେଇ ପରୀକ୍ଷା କରାଯିବ । ହ୍ୟାଣ୍ଡରାଇଟିଂ ବ୍ୟୁରୋରେ ଏହି ହସ୍ତାକ୍ଷର ପରୀକ୍ଷା ଯିବ ବୋଲି ଜିଆରପି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *