ନବ ବିବାହିତା ପତ୍ନୀଙ୍କୁ ଛାଡି ପ୍ରେମିକାକୁ ନେଇ ଯୁବକ ଫେରାର
ରେଢାଖୋଲ : ରେଢ଼ାଖୋଲ ସହର ନୂଆ ସାହିର ରବିନ୍ଦ୍ର ପ୍ରଧାନ (୨୧) ନବ ବିବାହିତା ପତ୍ନୀଙ୍କୁ ଛାଡି ପ୍ରେମିକାକୁ ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ମତେ ଗତ ଫେବ୍ରୁଆରୀ ୨ ତାରିଖ ରବିନ୍ଦ୍ର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ପେଣ୍ଡରାବସା ଗାଁର ଶିଳାବତୀ ପ୍ରଧାନଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବିବାହର ୨ ମାସ ପରେ ରବିନ୍ଦ୍ର ତାଙ୍କ ପତ୍ନୀଙ୍କୁ ଛାଡି ଚାରମାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିବା ଢେଙ୍କାନାଳରେ ରହୁଥିବା ତାଙ୍କ ପତ୍ନୀ ଶିଳାବତୀ ଥାନାରେ ଅଭିଯୋଗ କରିଛନ୍ତି ।
ପୁଲିସ ଏକ ମାଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ରବିନ୍ଦ୍ରଙ୍କୁ ଛୋଟ ସମୟରୁ ବାପା-ମା’ ଛାଡ଼ି କେଉଁ ଆଡେ ଚାଲି ଯାଇଛନ୍ତି । ସେ ତାଙ୍କ ଆଈଙ୍କ ପାଖରେ ରହିବା ସହିତ ବିବାହ ପରେ ମଧ୍ୟ ଉଭୟ ସ୍ୱାମୀ-ସ୍ତ୍ରୀ ଆଈଙ୍କ ପାଖରେ ରହିଆସୁଥିଲେ । ରବିନ୍ଦ୍ର ଛାଡି ଚାଲିଯାଇଥିବା ବିବାହିତା ପତ୍ନୀ ଶିଳାବତୀ ଏବେ ମଧ୍ୟ ଆଈଙ୍କ ପାଖରେ ରହୁଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ କହିଛନ୍ତି ।