ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ବର;-ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ କରିବା ଅଭିଯୋଗରେ ଆଜି ଗିରଫ ହୋଇଛନ୍ତି ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ମୋବାଇଲ ଜବତ କରିବା ସହ ସେଥିରେ ଥିବା ମେସେଜର ସତ୍ୟାସତ୍ୟ ବାହାର କରିବାକୁ ଚେଷ୍ଟା କରିଛି ।  ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ଶେଷରେ ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ।  ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ଓ ଭଏସ୍ କଲ ଅଭିଯୋଗରେ ଆଜି ସେ ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଥିଲେ । ଦୀର୍ଘ ୮ ଘଣ୍ଟା ଧରି ଜେରା କରିଥିଲା ପୋଲିସ । ସଂଧ୍ୟା ୫ଟାରେ ତାଙ୍କୁ ଗିରଫ କରାଯାଇଥିଲା। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଆୟୁଷ ନିର୍ଦ୍ଦେଶକ ଯୁବତୀଙ୍କୁ ନିଜ ନଗ୍ନ ଫଟୋ ଦେବା ସହ ଭିଡିଓ କଲ କରିବାକୁ ବାଧ୍ୟ କରୁଥିଲେ । ଆଜି କିନ୍ତୁ ବିଭୂ ପ୍ରସାଦ କହିଛନ୍ତି ଯେ ତାଙ୍କୁ ଫସାଇ ଦିଆଯାଇଛି ଓ ସେ ନିର୍ଦ୍ଦୋଷ।

୩ ମାସ ଧରି ସେ କୁଆଡ଼େ ଏମିତି ନିର୍ଯାତନା ଦେଇଥିବା ତାଙ୍କ ନାଁରେ ଯୁବତୀ ଅଭିଯୋଗ କରିଥିଲେ। ଗତକାଲି ତାଙ୍କ ୧୬୧ ଧାରାରେ ବୟାନ କରାଯାଇଛି। ଏହା ସହିତ ଆଜି ଅଭିଯୋଗକାରୀ ମହିଳା କର୍ମଚାରୀଙ୍କୁ  ସେ କାମ କରୁଥିବା ଆୟୁଷ କାର୍ଯ୍ୟାଳୟକୁ ନେଇଥିଲା ପୋଲିସ ।

ପୀଡିତାଙ୍କ ମୋବାଇଲ ଓ ହ୍ବାଟ୍ସ ଆପ ମେସେଜ ପୋଲିସ ସିଜ କରି ତଦନ୍ତ ପାଇଁ ପଠାଇଛି । ଅଧିକାରୀଜଣଙ୍କ ମୋବାଇଲ ସିଜ କରି ଫରେନସିକ ତଦନ୍ତ ପାଇଁ ପଠାଯାଇଛି।   ବିଭୁ ପ୍ରସାଗଙ୍କୁ   ଧାରା 91ରେ ନୋଟିସ ଜାରି କରିଥିଲା ପୋଲିସ ତାଙ୍କ  ବିରୁଦ୍ଧରେ ଦଫା 354 ଡି ଓ_67 ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *