ରଘୁନାଥପୁର ବ୍ଲକ୍ ରେ ପୁଣି ୨ ପଜେଟିଭ୍

ତାରପୁର:-ରଘୁନାଥପୁର ବ୍ଲକ ରେ ପୂର୍ବରୁ ୨୩ଟି କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୨ଟି ରିପୋର୍ଟ ପଜେଟିଭ୍ ଆସିଛି । ଏଥିରୁ ଜଣେ ହେଲେ ହରିଆନା ଫେରନ୍ତା ପ୍ରବାସୀ ଓଡ଼ିଶା ଯେକି ରଘୁନାଥପୁର ବ୍ଲକ୍ ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସଙ୍ଗରୋଧରେ ରହିଥିଲେ । ଅନ୍ୟଜଣେ ୬ବର୍ଷର ଶିଶୁ କଟକ ଶିଶୁଭବନରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂ ଦ୍ୱାରା ତାଙ୍କ ରିପୋର୍ଟ କରୋନା ପଜେଟିଭ୍ ଆସିଅଛି । ଏଠାରେ ସୂଚନାଯୋଗ୍ୟ ଗୁଆଳିପୁର ଗ୍ରାମପଂଚାୟତର ରାଧାନଗର ଗ୍ରାମରେ ଜଣେ ସରକାରୀ ଚାକିରିଆଙ୍କ ସ୍ୱାବ ରିପୋର୍ଟରୁ ପଜେଟିଭ ବାହାରିବା ପରେ ଉକ୍ତ ବ୍ୟକ୍ତି ଜଣକ ୧୮୧ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ରାଧାନଗର ବ୍ଲକ୍ ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି ।ଉକ୍ତ କଂଟେନମେଂଟ ଅଂଚଳକୁ ଜଏନ୍ଟଣ୍ଟ ଭେରିଫିକେସନ୍ ରେ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର କୋଭିଡ୍ ମେଡିକାଲ ଅଫିସର ଡା ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ଜିଲ୍ଲାର ଡିପିଏଚଓ ତଥା ଜିଲ୍ଲା କୋଭିଡ ନୋଡାଲ ଅଫିସର ଡା ଶତୃଘ୍ନ ଦାଶ, ଡା ଅଶୋକ କୁମାର ସାହୁ ସରପଂଚ ଜାନକୀ ବଲ୍ଲଭ ସ୍ୱାଇଁ ପ୍ରମୁଖ ଜଏନ୍ଟଣ୍ଟ ଭେରିଫିକେସନ କରିବା ସହିତ ଏହି ଗ୍ରାମରୁ ୮୦ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *