ଭୁବନେଶ୍ୱରରୁ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର:-ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୪୬ କରୋନା ଆକ୍ରାନ୍ତ । ବିଏମସି ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୨ ଜଣ ଓ ସ୍ଥାନୀୟ ଅଂଚଳରେ ୨୪ ଜଣ ଅଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ରେ ପହଚିଂଛି । ଏଯାଏ ୨୯୫ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨୨ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ।
କ୍ୱାରେଣ୍ଟାଇନ୍ର ଚିହ୍ନଟ ହୋଇଥିବା ୨୨ଜଣଙ୍କ ମଧ୍ୟରୁ ୩ଜଣ (୨୫, ୨୩ ବର୍ଷର ପୁରୁଷ ଓ ୫୫ବର୍ଷର ମହିଳା) ଆଇଗିଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଚନ୍ଦ୍ରଶେଖରପୁର ପ୍ରଗତି ବିହାର ଅଞ୍ଚଳରୁ ଜଣେ ୨୮ବର୍ଷୀୟ ମହିଳା, ପାହାଳ ପୁଲିସ ଆଉଟପୋଷ୍ଟ ଅଞ୍ଚଳରୁ ୨୫ବର୍ଷର ଜଣେ ପୁରୁଷ, ପୁରୁଣା ଭୁବନେଶ୍ୱର ଗ୍ୟାରେଜ ଛକରୁ ୨୯ ବର୍ଷୀୟ ପୁରୁଷ, ତିନିମୁଣ୍ଡିଆ ଛକ ଅଞ୍ଚଳରୁ ୨୫ବର୍ଷୀୟ ମହିଳା, ରସୁଲଗଡ଼ ଶବର ସାହି ଅଞ୍ଚଳରୁ ତିନିଜଣ (୨୩ ଓ୨୮ବର୍ଷର ମହିଳା ଏବଂ ୨୨ବର୍ଷର ପୁରୁଷ), ବରମୁଣ୍ଡା ହାଇସ୍କୁଲ ଅଞ୍ଚଳରୁ ଜଣେ ୨୩ବର୍ଷୀୟ ମହିଳା, ନୂଆଗାଁ ବିଜୟ ବିହାର ଅଞ୍ଚଳରୁ ଦୁଇଜଣ ୨୬ ବର୍ଷୀୟ ପୁରୁଷ , ଝାରପଡ଼ା ଜଗନ୍ନାଥନଗର ଅଞ୍ଚଳରୁ ଜଣେ ୩୨ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗର ଉପର ସାହି ଅଞ୍ଚଳରୁ ୩୫ବର୍ଷୀୟ ପୁରୁଷ ଓ ଲକ୍ଷ୍ମୀସାଗର ମଣ୍ଡପ ସାହି ଅଞ୍ଚଳରୁ ଜଣେ ୨୧ ବର୍ଷୀୟ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।










