ରାଜ୍ୟରେ ସୁସ୍ଥ ହେଲେ ୩୦୩ କୋଭିଡ୍-୧୯ ସଂକ୍ରମିତ,

ଭୁବେନଶ୍ଵର:-ରାଜ୍ୟରେ କରୋନା ସଂକ୍ରମିତ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ରାଜ୍ୟରେ ସୁସ୍ଥହାର ମଧ୍ୟ ବଢି ଚାଲିଛି। ଏହି ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୩୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଓଡିଶାରେ ଅଦ୍ୟାବଧି ୭୦୦୬ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି। ଆଜି ଗଞ୍ଜାମରୁ ସର୍ବାଧିକ ୧୨୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଏହାର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରୁ ରେକର୍ଡ ୩୦୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରୁ ୧୨୦ ସଂକ୍ରମିତ ଗଞ୍ଜାମ, ୪୬ ଯାଜପୁର, ୨୮ ଖୋର୍ଦ୍ଧା, ୨୧ ଜଣ କଟକ ଓ ୧୪ ରୋଗୀ ନୟାଗଡରୁ ସାମିଲ।

ଏହି ପରି ନବରଙ୍ଗପୁର ଜିଲ୍ଲାରୁ ୯ ଜଣ, ପୁରୀରୁ ୭, ବରଗଡରୁ ୬ ସଂକ୍ରମିତ କରୋନାକୁ ମାତ୍‌ ଦେଇ ଘରକୁ ଫେରିଛନ୍ତି। ଢେଙ୍କାନାଳ ଝାରସୁଗୁଡା ଓ ମୟୁରଭଞ୍ଜରୁ ୫ ଜଣ ଲେଖାଏଁ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ସେହିପରି ଅନୁଗୁଳରୁ ୪, ନୂଆପଡରୁ ୪, ବାଲେଶ୍ଵର, କେନ୍ଦ୍ରାପଡା ଓ ସମ୍ଵଲପୁରରୁ ତିନି ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ବଲାଙ୍ଗିର, ଜଗତସିଂହପୁର, କୋରାପୁଟ ଓ ମାଲକାଗନିଗିରୁ ଜଣେ ଲେଖାଏଁ କୋଭିଡ୍-୧୯ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୦ ହଜାର ଟପି ୧୦୬୨୪ରେ ପହଞ୍ଚିଛି। ସେହି ଭଳି ଆଜି ଏହି ମହାମାରୀରେ ୬ ଜଣଙ୍କ ପ୍ରାଣହାନୀ ଘଟିଛି। ୭୦୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ଟିଭ୍ କେସ୍ ସଂଖ୍ୟା ୩,୫୭୦ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି। ଏବେସୁଦ୍ଧା ରାଜ୍ୟରେ ୩୦୮୬୯୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published. Required fields are marked *