ଅପରାଧୀ ବିକାଶ ଦୁବେର ରାଇଟ୍ ହ୍ୟାଣ୍ଡ୍ ଅମର ଦୁବେ ପୋଲିସ ଗୁଳିରେ ନିହତ
କାନପୁର :-କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ରାଇଟ ହ୍ୟାଣ୍ଡ ବୋଲାଉଥିବା ଅମର ଦୁବେ ପୋଲିସ ଗୁଳିରେ ନିହତ ହୋଇଛି | ଅମର ଦୁବେ ଵିକରୁ ସୁଟଆଉଟର ମାଷ୍ଟରମାଇଣ୍ଡ ବିକାଶ ଦୁବେର ସମ୍ପର୍କୀୟ ଥିଲା | ବିକାଶ ଓ ଅମର ଆଖି ବନ୍ଦ କରି ପରସ୍ପର ଉପରେ ବିଶ୍ୱାସ କରୁଥିଲେ | ସେଥିପାଇଁ ଅମରକୁ ବିକାଶର ରାଇଟ ହ୍ୟାଣ୍ଡ ବୋଲି କୁହାଯାଉଥିଲା | ଅମର ଲକ୍ଷ୍ୟ ଭେଦ କରିବାରେ ପାରଙ୍ଗମ ଥିଲା | କିନ୍ତୁ ଆଜି ସେ ପୋଲିସ ଗୁଳିର ଶିକାର ହୋଇଛି | ହମିରପୁରରେ ପୋଲିସ ଅମରକୁ ଏନକାଉଣ୍ଟର କରିଛି | ଜୁନ ୨୯ ତାରିଖରେ ଅମରର ବାହାଘର ହୋଇଥିଲା | ସ୍ତ୍ରୀ ହାତରୁ ମେହେନ୍ଦି ଲିଭି ନଥିଲା | ସଂସାର ଆରମ୍ଭ କରିବା ପୂର୍ବରୁ ଅମର ଦୁବେର ସ୍ତ୍ରୀ ବିଧବା ହୋଇଗଲେ | ଅମରର ମୃତ୍ୟୁକୁ ନେଇ ତାଙ୍କ ଜେଜେମା କହିଛନ୍ତି ଯେ ଯଦି ସେ ଆଗରୁ ମୋ କଥା ଶୁଣିଥାନ୍ତା ତାହେଲେ ଆଜି
ଅମର ଦୁବେ ମଙ୍ଗଳବାର ରାତିରେ ମୌଦହା ଅନ୍ତର୍ଗତ ଅରତରା ଗାଁରେ ନିଜର ଜଣେ ସମ୍ପର୍କୀୟ ନରୋତ୍ତମଃ ଦୀକ୍ଷିତଙ୍କ ଘରକୁ ଯାଇଥିଲେ | ତାଙ୍କ ସମ୍ପର୍କୀୟ ଅମରଙ୍କୁ ଘରକୁ ଫେରିଯିବାକୁ କହୁଥିଲେ କିନ୍ତୁ ସେ ରାତି ୧୦ଟା ରୁ ଭୋର ୪ଟା ପର୍ଯ୍ୟନ୍ତ ସେଠାରେ ହିଁ ଥିଲେ | ସକାଳେ ସେଠାରୁ ବାହାରିବାରୁ ପୋଲିସ ତାକୁ ଏନକାଉଣ୍ଟର କରିଥିଲା | ଅମର ଦୁବେ ଉପରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା | ଜୁଲାଇ ୨ ତାରିଖରେ ବିକାଶ ଦୁବେ ଘରେ ଚଢାଇ କରିବାକୁ ଯାଇଥିବା ପୋଲିସ ଟିମ ଉପରେ ଅମର ଦୁବେ ଗୁଳି ବର୍ଷା କରିଥିଲା | ଘଟଣା ପରେ ସେ ମଧ୍ୟ ବିକାଶ ଦୁବେ ସହ ଫେରାର ହୋଇଯାଇଥିଲା ଏବଂ ଫରିଦାବାଦରେ ପହଞ୍ଚିଥିଲା | ଫରିଦାବାଦ ହମିରପୁର ମଝିରେ ଥିବା ଅରତରା ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିଲା |
ଅମର ଦୁବେ ବିରୋଧରେ ଦେହାତ ଓ ଚୋବେପୁର ଥାନାରେ ମାମଲା ରହିଛି | ଏଥିରେ ୮ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ, ଡକାୟତି ଏବଂ ଧମକ ଭଳି ଗମ୍ଭୀର ମାମଲା ରହିଛି | ପୋଲିସ ଆଗରୁ ତାକୁ ଅନେକଥର ଗିରଫ କରିଥିଲା କିନ୍ତୁ ବିକାଶ ତାକୁ ଜାମିନରେ ନେଇ ଆସୁଥିଲା | ମଦ ଭାଟି ଏବଂ ମଦ ଦୋକାନରୁ ଚାନ୍ଦା ଆଦାୟ କରୁଥିବା ଦାୟିତ୍ୱ ଅମରକୁ ଦେଇଥିଲା ବିକାଶ ଦୁବେ |ଅମରର ଘର ଶିବଲି ଥାନା ଅନ୍ତର୍ଗତ କିନ୍ତୁ ଗତ କିଛି ବର୍ଷ ହେଲା ସେ ଵିକରୁ ଗାଁରେ ରହୁଥିଲା | ଓରେୟାରେ ଡିବିୟାପୁର ରାଜପଥରେ ରବିବାର ଦିନ ଏକ ଅଜଣା କାର ମିଳିଥିଲା | କାରରେ ଅମରର ଡକ୍ୟୁମେଣ୍ଟ ଥିଲା ଯେଉଁଥିରେ ଲଖନଉରେ ମଧ୍ୟ ଅମରର ଘର ଥିବା ଜଣାପଡିଥିଲା |










