କର୍ମଚାରୀଙ୍କୁ ସୋସିଆଲ୍ ମିଡିଆ ମନା: ନିଜ ଚାକିରି ସମ୍ବନ୍ଧୀୟ କୌଣସି ବି ସମସ୍ୟା ସୋସିଆଲ ମିଡିଆରେ କରିପାରିବେନି ପୋଷ୍ଟ

ଭୁବନେଶ୍ୱର,:-ଓଡ଼ିଶା ସରକାର ଗତକାଲି କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ନିଜ ଚାକିରି ସମ୍ବନ୍ଧୀୟ କୌଣସି ପ୍ରସଙ୍ଗ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ବାରଣ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ବିଭିନ୍ନ ବିଭାଗର ସଚିବମାନଙ୍କୁ ଏକ ପତ୍ରରେ କହିଛନ୍ତି ଯେ, ଚାକିରି ସମ୍ବନ୍ଧୀୟ ସମସ୍ୟାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯିବା ଆବଶ୍ୟକ।ଚାକିରି ସମ୍ବନ୍ଧୀୟ ଅଭିଯୋଗ ପାଇଁ ସୋସିଆଲ ମିଡିଆ ବ୍ୟବହାର କରି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚୀତ କରିବା ସରକାରୀ ଆଚରଣର ଉଲ୍ଲଂଘନ ହୋଇଥାଏ। ଏଥିଲାଗି ଓଡ଼ିଶା ସିଭିଲ ସର୍ଭିସେସ ନିୟମ ୧୯୬୨ରେ ଦଣ୍ଡବିଧାନ ରହିଛି। ଏଥିରେ କୁହାଯାଇଛି ଯେ ଜଣେ ସରକାରୀ କର୍ମଚାରୀ ନିୟମିତ କିମ୍ବା ଚୁକ୍ତିଭିତ୍ତିକ ଚାକିରି ସେବା ସମ୍ବନ୍ଧୀୟ ସମସ୍ୟାକୁ ନିଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ। ଏଥିସହିତ ପ୍ରିଣ୍ଟ / ଇଲେକ୍ଟ୍ରୋନିକ୍ ମିଡିଆରେ ସରକାରୀ କର୍ମଚାରୀ କୌଣସି ପ୍ରବନ୍ଧ ଲେଖିବା ଏବଂ ସରକାରଙ୍କୁ ସମାଲୋଚନା କରୁଥିବା ଭଳି ବିଷୟ ଲେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

Leave a Reply

Your email address will not be published. Required fields are marked *