ସଂକ୍ରମକୁ ରୋକିବାକୁ ବ୍ରହ୍ମପୁରର ସମସ୍ତ ସୁନାଦୋକାନକୁ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି

ବ୍ରହ୍ମପୁର:-ସଂକ୍ରମକୁ ରୋକିବାକୁ ବ୍ରହ୍ମପୁରର ସମସ୍ତ ସୁନାଦୋକାନକୁ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ଆସନ୍ତା ୧୨ ତାରିଖ ଯାଏଁ ସହରରେ ସୁନାଦୋକାନ ବନ୍ଦ ରହିବ । ଆବଶ୍ୟର ପଡିଲେ ଅଧିକ ଦିନ ବି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ସୁନା ବ୍ୟବସାୟୀ ସଂଘ ।ରାଜ୍ୟରେ କରୋନା ମୁକାବିଲା ପାଇଁ ବ୍ୟାପକ କରାଯିବ ଆଂଟିଜେନ୍ ଟେଷ୍ଟିଂ । କଟକ, ଗଂଜାମ ଓ ଭୁବନେଶ୍ୱରରେ ଏହି ଟେଷ୍ଟିଂ କରାଯିବ । ଏଥିପାଇଁ ପ୍ରାୟ ୫ ହଜାର ଟେଷ୍ଟିଂ କିଟ୍ ଆସିଛି । ଏହିକ୍ରମରେ ଆଜି ଠାରୁ ଗଂଜାମରେ ହେବ ଆଂଟିଜେନ୍ ଟେଷ୍ଟିଂ । ଏଥିପାଇଁ ଗଂଜାମ ଜିଲ୍ଲାକୁ ୨ ହଜାର ୫ ଶହ ଆଂଟିଜେନ୍ ଟେଷ୍ଟିଂ କିଟ୍ ଦିଆଯାଇଛି । ଆସନ୍ତାକାଲି ଠାରୁ ସହରରେ ଆରମ୍ଭ ହେବ ଡୋର ଟୁ ଡୋର ସ୍କ୍ରିନିଂ । ସ୍କ୍ରିନିଂ ସମୟରେ ଆବଶ୍ୟକତାକୁ ଦେଖି ସେହି ଅଂଚଳକୁ ୩ ରୁ ୪ ଦିନ ସଟଡାଉନ୍ ରଖାଯିବ । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ।ସେପଟେ କରୋନା କଟକଣା ସମୟରେ ବ୍ୟବସାୟୀଙ୍କ ପାଇଁ ଅତି କଠୋର ମନୋଭାବ ପୋଷଣ କରିଛି ଜିଲ୍ଲା ପ୍ରଶାସନ । ଯେଉଁମାନେ କରୋନା କଟକଣା ନମାନି ଦୋକାନ ଖୋଲିବେ ପ୍ରଥମେ ୫ ହଜାର ଟଙ୍କା ଫାଇନ୍ ଏବଂ ୧୫ ଦିନ ପାଇଁ ଦୋକାନ ବନ୍ଦ୍ ହେବ । ଦ୍ୱିତୀୟ ଥର ପାଇଁ ଆଇନ ଅମାନ୍ୟ କଲେ ତାଙ୍କ ମାସକ ପାଇଁ ଦୋକାନ ବନ୍ଦ ସହିତ ଦୋକାନୀଙ୍କ ବିରୋଧରେ ରୁଜ୍ଜୁ ହେବ ମାମଲା । ଏନେଇ ଗଂଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *