ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଲା. ୨୪ ଘଂଟାରେ ୪୬୭ ମୃତ୍ୟୁ ଓ ୨୨ ହଜାର ୨ ଶହ ୫୨ ଆକ୍ରାନ୍ତ

ଦିଲ୍ଲୀ:-ଦେଶରେ ୭ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଅତିକ୍ରମ କଲା ୨୦ ହଜାର । ଗତ ୨୪ ଘଂଟାରେ ୨୨ ହଜାର ୨୫୨ ନୂଆ ଆକ୍ରାନ୍ତ ଓ ୪୬୭ ନୂଆ ମୃତକଙ୍କ ସହିତ ଦେଶରେ ଏଭଳି କିଛି ରହିଛି କରୋନାର ବିସ୍ଫୋରକ ଚିତ୍ର । ୨୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ପହଁଚିଛି ୭ ଲକ୍ଷ ୧୯ ହଜାର ୬୬୫ । ୪୬୭ ନୂଆ ମୃତକଙ୍କ ସହିତ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦ ଛୁଇଁଛି ।ସେପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ  ଅତିକ୍ରମ କରିଥିବା ବେଳେ ଦିଲ୍ଲୀରେ ସଂଖ୍ୟା ପାର କରିଛି ଏକ ଲକ୍ଷ । ଦେଶରେ ୭ ଲକ୍ଷ ଆକ୍ରାନ୍ତ ସହିତ ବିଶ୍ୱରେ ଭାରତ ରହିଛି ତୃତୀୟ ସ୍ଥାନରେ । ଶୀର୍ଷରେ ଆମେରିକା ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛି ବ୍ରାଜିଲ । ଭାରତ ତୃତୀୟ ଓ ଋଷ ରହିଛି ଚତୁର୍ଥ ସ୍ଥାନରେ ।

Leave a Reply

Your email address will not be published. Required fields are marked *