ରିଲିଜ୍‌ ହେଲା ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରାର’ ଟ୍ରେଲର

ନୂଆଦିଲ୍ଲୀ:-ରିଲିଜ ହୋଇଛି ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ଦିଲ ବେଚାରାର ଟ୍ରେଲର। ସୁଶାନ୍ତ ସିଂହ ରାଜପୁତଙ୍କ ଅପୋଜିଟ୍‌ରେ ଏଥିରେ ଅଛନ୍ତି ସଞ୍ଜନା ସାଂଘି ଏବଂ ସୈଫ ଅଲି ଖାନ୍‌। ସୁଶାନ୍ତଙ୍କ ମୃତ୍ୟୁ ପରେ ଆସୁଥିବା ଏହି ଫିଲ୍ମରେ ରହିଛି ଜୀବନ ମୃତ୍ୟୁର ସଂଘର୍ଷର କାହାଣୀ।

ହମାରା ଜନମ କେସେ ଜିଏଙ୍ଗେ ହମ୍ କରେଙ୍ଗେ

ଜୀବନ ମୃତ୍ୟୁ ତ ଭଗବାନଙ୍କ ହାତରେ କିନ୍ତୁ କେମିତି ଜିଇବାକୁ ହେବ ତାହା ଆମକୁ ସ୍ଥିର କରିବାକୁ ହେବ । ଜୀବନ ମୃତ୍ୟୁର କାହାଣୀ କୁହେ ସୁଶାନ୍ତଙ୍କ ଜୀବନ ଆଉ ତାଙ୍କର ଏହି ଶେଷ ଫିଲ୍ମ।  ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିଲିଜ୍‌ ହେବାକୁ ଯାଉଛି  ଫିଲ୍ମ ଦିଲ୍‌ ବେଚାରା। ଯାହାର ଟ୍ରେଲର ଆଜି ଆସିଛି। ଫିଲ୍ମରେ ରହିଛି ଜୀବନ ମୃତ୍ୟୁ ସଂଘର୍ଷର କାହାଣୀ। ଜଣେ କ୍ୟାନସର ରୋଗୀ କେମିତି ଖୁସିରେ ଖୁସିରେ ନିଜ ସାଥୀ ସହିତ ଜୀବନ ବିତାଉଛି ସେମିତି ଏକ ଡାର୍କ ରୋମାଣ୍ଟିକ ଫିଲ୍ମ ଦିଲ୍‌ ବେଚାରା। ଫିଲ୍ମେର ଲିଡ୍‌ ରୋଲରେ ଅଛନ୍ତି ଦିବଙ୍ଗତ ସୁଶାନ୍ତ ସିଂହ ରାଜପୁତ।

ଅପୋଜିଟରେ ଅଛନ୍ତି ନବାଗତ ସଞ୍ଜନା ସାଂଘି। ଫିଲ୍ମରେ ସୈଫ ଅଲି ଖାନ ବି ଅଛନ୍ତି।  ମୁକେଶ ଛାବ୍ରାଙ୍କ  ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଫିଲ୍ମକୁ ଦେଖିବା ଲାଗି ସୁଶାନ୍ତଙ୍କ ଫ୍ୟାନ ଅପେକ୍ଷା କରି ରହିଛନ୍ତି।  ମେ ୮ରେ ରିଲିଜ ହେବାର ଥିଲା. କିନ୍ତୁ କୋଭିଡ କଟକଣା ପାଇଁ ଏହା ହଲକୁ ଆସିପାରିନଥିଲା। ଜୁଲାଇ ୨୭ ତାରିଖରେ ଡିଜନୀ ହଟଷ୍ଟାରରେ ଏହା ରିଲିଜ୍‌ ହେବ । ସବସ୍କ୍ରାଇବର ଏବଂ ନନ୍‌ ସବସ୍କ୍ରାଇବର ଉଭୟ ଏହାକୁ ଦେଖିପାରିବେ।

Leave a Reply

Your email address will not be published. Required fields are marked *