ଓଏଏସ ଅଧିକାରୀଙ୍କୁ ପ୍ରେମ ପ୍ରେମ ଜ୍ୱର, ପଠାଉଥିଲେ ଅଶ୍ଲୀଳ ଭିଡିଓ

ଭୁବନେଶ୍ୱର:-ବାବୁଙ୍କୁ ପ୍ରେମ ଜ୍ୱର। ପ୍ରେମରେ ପାଗଳ ହୋଇ ପଠାଉଥିଲେ ଅଶ୍ଳୀଳ ମେସେଜ୍‌। ଏକପାଖିଆ ଭଲ ପାଇ ଜଣେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା। ଆୟୁଷ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କ ନାଁରେ ଆସିଛି ଏମିତି  ସଙ୍ଗୀନ ଅଭିଯୋଗ।  ଆୟୁଷ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ସେ ମାନସିକ ନିର୍ଯାତନା ଦେଉଥିବା ନେଇ ତାଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର ହୋଇଛି ।

ଅଧିକାରୀ ଜଣକ ଅଶ୍ଳୀଳ ଭିଡିଓ, ଫୋନ୍, ମେସେଜ ପଠାଉଥିବା  ଏତଲାରେ ଉଲ୍ଲେଖ କରିଛନ୍ତି ଯୁବତୀ ତାଙ୍କୁ ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ସେ ବାଧ୍ୟ କରୁଥିଲେ।  ଯୁବତୀ ଜଣଙ୍କ କଣ୍ଟ୍ରାକ୍ଚୁଆଲ ଭାବେ ଆୟୁଷରେ କାର୍ଯ୍ୟ କରୁଛନ୍ତି ।ଯୁବତୀ ଜଣକ ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୮.୦୬.୨୦୨୦ଠାରୁ ଦୈନିକ ଅଶ୍ଲୀଳ ମେସେଜ ପଠାଉଛନ୍ତି। ତା ସହ ନଗ୍ନ ଭିଡିଓ ମଧ୍ୟ ପଠାଉଛନ୍ତି। ହ୍ୱାଟସ୍‌ଆପରେ ବ୍ଲକ କଲେ ଫୋନ୍‌ କରି ଅଶ୍ଲୀଳ କଥା କହୁଛନ୍ତି। ପ୍ରତିବାଦ କଲେ ଚାକିରୀ ନେଇଯିବେ ବୋଲି ଧମକ ଦେଉଛନ୍ତି। ଏ ନେଇ ସଂପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *