ଦକ୍ଷିଣ ଚୀନ ସାଗରକୁ ଘେରିଲା ୧୧ ଆମେରିକୀ ଲଢୁଆ ବିମାନ,

ନୂଆଦିଲ୍ଲୀ:-ଦକ୍ଷିଣ ଚୀନ ସାଗରରେ ଜାରି ବିବାଦ ମଧ୍ୟରେ ଆମେରିକୀ ନୌସେନା ଜୋରଦାର ଯୁଦ୍ଧାଭ୍ୟାସ୍ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଚୀନର ଧମକ ପରେ ଆମେରିକାର ୧୧ ଲଢୁଆ ବିମାନ ଏକ ସଙ୍ଗେ ଦକ୍ଷିଣ ଚୀନ ସାଗରର ବିବାଦୀୟ ଅଞ୍ଚଳରେ ଚକ୍କର କାଟିଛନ୍ତି। ଏହି ସମୟରେ ଚୀନ କେବଳ ଗର୍ଜନ କରି ଚାଲିଥିଲା। ଆମେରିକାର ଏହି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନରେ ଚିହିଁକି ଉଠିଥିବା ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଆମେରିକା ଖୋଲାଖୋଲି ଶକ୍ତି ପ୍ରଦର୍ଶନ କରିଥିବା କହିଛି। ପରମାଣୁ ବୋମା ନେଇ ଯିବାରେ ସକ୍ଷମ ଆମେରିକାର ବି-୫୨ଏଚ ବୋମାବର୍ଷକ ବିମାନ ସହିତ ଆମେରିକାର ୧୦ ଅନ୍ୟ ଲଢୁଆ ବିମାନ ରବିବାର ଏକ ସଙ୍ଗେ ଦକ୍ଷିଣ ଚୀନ ସାଗରରେ ଚକ୍କର କାଟିଥିଲେ। ଏହି ସବୁ ବିମାନ ଆମେରିକାର ଯୁଦ୍ଧ ବିମାନ ପରିବହନକାରୀ ଜାହାଜ ନିମିତଜ୍‌ରୁ ଉଡାଣ ଭରିଥିଲେ। ୟୁଏସଏସ ନିମିତଜ୍ ସହିତ ୟୁଏସଏସ ରୋନାଲ୍ଡ ରେଗନ ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ଯୁଦ୍ଧାଭ୍ୟାସ୍‌ରେ ଯୋଗ ଦେଇଛି।ଅନ୍ୟପଟେ ଦକ୍ଷିଣ ଚୀନ ସାଗରରେ ଆମେରିକୀ ଏୟାରକ୍ରାଫ୍ଟ କ୍ୟାରିୟର୍ସର ମୁତୟନ ନେଇ କ୍ରୋଧିତ ଚୀନର ଗଣମାଧ୍ୟମଗୁଡିକର ଧମକ ଉପରେ ଆମେରିକା ନୌସେନା ମଜା ନେଇଛନ୍ତି। ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ଧମକଭରା ଟ୍ଵିଟ୍‌କୁ ରିଟ୍ଵିଟ୍ କରି ଆମେରିକା ନୌସେନା କହିଛି ଯେ, ତୁମ ଧମକ ପରେ ବି ଆମେ ବିବାଦୀୟ ଅଞ୍ଚଳରେ ମୁତୟନ ଅଛୁ।

Leave a Reply

Your email address will not be published. Required fields are marked *