୪୦ ୱେବ୍ସାଇଟ୍ ବ୍ୟାନ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ:-କେନ୍ଦ୍ର ସରକାର ୪୦ଟି ୱେବସାଇଟ୍କୁ ବ୍ୟାନ କରିଛନ୍ତି । ଏହି ସମସ୍ତ ୱେବସାଇଟ୍ ଖଲିସ୍ତାନ ସପକ୍ଷବାଦୀ ସଙ୍ଗଠନ ଶିଖ୍ସ୍ ଫର ଜଷ୍ଟିସ୍ (ଏସ୍ଏଫଜେ) ସହ ଜଡିତ ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲା ।ଏସ୍ଏଫଜେ ଏକ ବେଆଇନ ସଙ୍ଗଠନ । ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ୧୯୬୭ ଅନୁସାରେ ଏହାକୁ ବେଆଇନ ଘୋଷଣା କରାଯାଇଛି। କିନ୍ତୁ ଏହି ସଙ୍ଗଠନ ବିଭିନ୍ନ ୱେବସାଇଟ୍ ଜରିଆରେ ସମର୍ଥନ ଜୁଟାଇବାରେ ଲାଗିଥିଲା । ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତି ଆଇନ ୨୦୨୦ର ଧାରା ୬୯-ଏ ଅନୁସାରେ ଏସ୍ଏଫଜେ ସହ ଜଡିତ ୪୦ଟି ୱେବସାଇଟ୍ ଉପରେ ରୋକ ଲଗାଇଛି ।










