ଶୀତ ଦିନେ ୟୁରୋପରେ ଭୟଙ୍କର ରୂପ ନେବ କରୋନା, ଚେତାଇଲା ଡବ୍ଲୁଏଚଓ

ନୂଆଦିଲ୍ଲୀ:-ୟୁରୋପୀୟ ଦେଶ ଗୁଡିକରେ ପ୍ରାଣଘାତୀ କରୋନା ଭାଇରସର ସଂକ୍ରମଣ ଉପରେ ଏବେ  ବ୍ରେକ୍ ଲାଗିଛି।  ଏହାର ଅର୍ଥ  ନୁହେଁ ଯେ, କରୋନା ମହାମାରୀ ସେଠାରୁ ଶେଷ ହୋଇଯାଇଛନ୍ତି। ୟୁରୋପରେ ଥିବା ବିଶ୍ବସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ଅଧିକାରୀଙ୍କ ସୂଚନା ଅନୁସାରେ, ୟୁରୋପୀୟ ଦେଶ ଗୁଡିକରେ  ଦ୍ବିତୀୟ ପର୍ଯ୍ୟାୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେବ।ଏକ ସାକ୍ଷାତକାରରେ ଡବ୍ଲୁଏଚଓ ୟୁରୋପିଆନ୍ ରିଜିଅନର ଡାଇରେକ୍ଟର ଡକ୍ଟର ହାନସ୍ କ୍ଳୁଗେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଲକଡାଉନ୍ ଉଠିବା ପରେ ଏହା ହେଉଛି ପ୍ରସ୍ତୁତିର ସମୟ, ଉତ୍ସବର ସମୟ ନୁହେଁ। ଇଂଲଣ୍ଡ ଓ ଇଟାଲୀ ଭଳି ଦେଶ ଦେଶ ଗୁଡିକରେ ଗତ କିଛି ସପ୍ତାହ ଭିତରେ କରୋନା ମାମଲା ହ୍ରାସ ପାଇଛି। ତେବେ ଋତୁ ଅନୁସାରେ ଥଣ୍ଡା ଜ୍ବର ଭାବରେ କରୋନା ଦ୍ବିତୀୟ ପର୍ଯ୍ୟାୟରେ ୟୁରୋପକୁ ଶୀତଦିନେ ଫେରିବା ସହ ଭୟଙ୍କର ରୂପ ନେବ ଡକ୍ଟର କ୍ଲୁଗେ କହିଛନ୍ତି।ଏହା ସହିତ ସେ ଆହୁରି କହିଛନ୍ତି, ଆଶଙ୍କା କରାଯାଉଛି ବିଶ୍ବର ଅନ୍ୟ ଦେଶ ମଧ୍ୟ କରୋନା ଭାଇରସ ସଂକ୍ରମଣର କେନ୍ଦ୍ର ପାଲଟିପାରେ।  ପୂର୍ବ ୟୁରୋପ ବର୍ତ୍ତମାନ କରୋନାର ହଟସ୍ପଟ୍ ଭାବରେ ରହିଛି। ଏବେ ଋଷିଆ, ବେଲୁରୁସ୍ ଓ କାଜଖସ୍ତାନ ଭଳି ଦେଶରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି।

Leave a Reply

Your email address will not be published. Required fields are marked *