ଶ୍ରୀମନ୍ଦିରରୁ ଉଡିଗଲା ପତିତପାବନ ବାନା

ପୁରୀ – ଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ପତିତପାବନ ବାନା ଉଡ଼ିଯାଇଛି। ଆଜି ଅପରାହ୍ନରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ପଟେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ ଭୟଙ୍କର ବାତ୍ୟାର ରୂପ ନେଇଥିବା ବେଳେ ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ବାନା ଉଡ଼ିଯିବା ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି।

 କେହି କେହି ଏହାକୁ ଶୁଭ ତ ଆଉ କେହି କେହି ଏହାକୁ ଅଶୁଭ କହୁଛନ୍ତି। ଆଜି ଅପରାହ୍ନରେ ପୁରୀ ପାଣିପାଗରେ ପରିବର୍ତ୍ତନ ମଧ୍ୟ ଘଟିଛି। ହାଲକା ହାଲକା ପବନ ବୋହୁଛି। ତେବେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡ଼ିଯାଇଥିବା ଦେଖିବାକୁ ମିଳିଛି।     

Leave a Reply

Your email address will not be published. Required fields are marked *