ଆୟୁଷ ମନ୍ତ୍ରୀ ଧର୍ମ ସିଂହ ସୈନି କରୋନା ପଜିଟିଭ୍

ନୂଆଦିଲ୍ଲୀ “=ଉତ୍ତର ପ୍ରଦେଶ ସହାରନପୁରରେ କରୋନା ସଂକ୍ରମଣକୁ ବ୍ରେକ ଲାଗିବାର ନାଁ ନେଉନାହିଁ | ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି | ଶନିବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କ ଆୟୁଷ ମନ୍ତ୍ରୀ ଧର୍ମ ସିଂହ ସୈନିଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି | ତାଙ୍କୁ ମେଡିକାଲ କଲେଜରେ କ୍ଵାରେଣ୍ଟାଇନ କରାଯାଇଛି | ଜିଲ୍ଲା ଅଧିକାରୀ ଅଖିଳେସ ସିଂହ କହିଛନ୍ତି ଯେ ମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ନମୁନା ଯାଞ୍ଚ କରାଯାଉଛି | ଏବେ ସୁଦ୍ଧା ୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି | ସମସ୍ତଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି |

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଧର୍ମ ସିଂହ ସୈନିଙ୍କ ଗଳାରେ ଯନ୍ତ୍ରଣା ଏବଂ କାଶ ହେଉଥିବାରୁ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା | ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି | କିଛି ଦିନ ପୂର୍ବରୁ ସେ ଢୋଲା ପୋଲର ଭୂମିପୂଜନ କରିଥିଲେ | ଏହା ପରେ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିଲା ଏବଂ କାଶ ମଧ୍ୟ ହୋଇଥିଲା | ସନ୍ଦେହରେ ସେ କରୋନା ପରୀକ୍ଷା କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ ଆସିଛି |

Leave a Reply

Your email address will not be published. Required fields are marked *