ଆମାଜନ୍ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ପାଇଁ ସ୍ଥାନ ପାଇଲା ଓଡ଼ିଆ ଫିଲ୍ମ ‘କୋଟପାଡ ୱେଭିଂ
ଭୁବନେଶ୍ୱର”=ପ୍ରାମାଣିକ ଚିତ୍ର ‘କୋଟପାଡ ୱେଭିଂ: ଦ ଷ୍ଟୋରୀ ଅଫ୍ ଏ ରେସ୍ ଏଗେନ୍ଷ୍ଟ ଟାଇମ୍’ ଆମାଜନ୍ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ପାଇଁ ସ୍ଥାନ ପାଇଛି । ସିନେ ନିର୍ମାତା ବିଶ୍ୱନାଥ ରଥଙ୍କ ପ୍ରସ୍ତୁତ ଏହି ଫିଲ୍ମଟି ଆମେରିକା, ଇଂଲଣ୍ଡ, କାନାଡ଼ା, ଅଷ୍ଟ୍ରେଲିଆ ସମେତ ବିଶ୍ୱର ସମସ୍ତ ଇଂରାଜୀ ଭାଷାଭାଷୀ ଅଞ୍ଚଳରେ ଷ୍ଟ୍ରିମିଂ ହେବ । ଏହି ଓଟିଟି ପ୍ଲାଟ୍ଫର୍ମରେ ଷ୍ଟ୍ରିମିଂ ହେବାରରେ ଏହା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ।ଏ ସମ୍ପର୍କରେ ବିଶ୍ୱନାଥ କହିଛନ୍ତି, ଏଥିରେ ଷ୍ଟ୍ରିମିଂ ହେବା ଆମ ପାଇଁ ସବୁଠୁ ବଡ଼ ମାଇଲ୍ଖୁଣ୍ଟ ହେବ । ଆମେ ନିଶ୍ଚିତ, ଏହା ଓଡ଼ିଶାର ଡମ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦୃଶ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ବିଶ୍ୱର ବୃହତ୍ତର ଦର୍ଶକଙ୍କ ପାଖରେ ପହଞ୍ଚିବ । ସେମାନଙ୍କ ପାଇଁ ଏହି କାହାଣୀ ଅନନ୍ୟ ହେବ ଏହି ଚଳଚ୍ଚିତ୍ରଟି ଅନେକ ଜାତୀୟ, ଅନ୍ତର୍ଜାତୀୟ ଅନୁଷ୍ଠାନରେ ପ୍ରଦର୍ଶିତ ହୋଇଛି । ପୂର୍ବରୁ ଏହି ଚଳଚ୍ଚିତ୍ରଟି ବହୁ ପୁରସ୍କାର, ପ୍ରଶଂସା ପାଇବା ସହ ୨୯ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ରେ ଅଫିସିଆଲ୍ ଭାବେ ସ୍ଥାନ ପାଇଛି । ୨୦୧୮ ମାର୍ଚ୍ଚ ୨୪ରେ ଏହା ଡିଡି ନ୍ୟାସ୍ନାଲ୍ରେ ପ୍ରସାରିତ ହୋଇଥିଲା ।