ଭାରତ-ନେପାଳ ସୀମାରେ ହାଇ ଆଲର୍ଟ : ଗଳି କନ୍ଦିରେ ବିକାଶ ଦୁବେର ଫଟୋ ଲଗାଇଲା ପୋଲିସ
କାନପୁର :-କାନପୁରରେ ୮ ପୋଲିସକର୍ମୀଙ୍କୁ ଗୁଳି କରି ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ପୋଲିସ ଖୋଜୁଛି | ସହର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି | ବେହରାଇଚ ନେପାଳ ସୀମାରେ ବିକାଶ ଦୁବେର ଫଟୋ ଲଗାଯାଇଛି | ଅପରାଧୀ ବିକାଶ ଦୁବେକୁ ଖୋଜିବା ପାଇଁ ୨୦ ଟି ପୋଲିସ ଟିମ ଭିନ୍ନ ଭିନ୍ନ ଜାଗାରେ ଚଢ଼ାଉ କରୁଛି | ଯେଉଁସବୁ ଅଞ୍ଚଳରେ ବିକାଶର ପରିବାର ଲୋକ ରହୁଛନ୍ତି ସେ ସବୁ ଅଞ୍ଚଳରେ ପୋଲିସ ବିକାଶକୁ ଖୋଜାଖୋଜି କରୁଛି | ନେପାଳ ସୀମାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି | ନେପାଳ ସୀମାରୁ ୧୨୦ କିମି ଅଞ୍ଚଳରେ ଥିବା ୪ଟି ଥାନାରେ ବିକାଶ ଦୁବେର ଫଟୋ ଜାରି କରାଯାଇଛି | ଏସଏସବି ଯବାନ ସୀମାରେ ଯିବା ଆସିବା କରୁଥିବା ଲୋକଙ୍କ ଯାଞ୍ଚ କରୁଛନ୍ତି |ପୋଲିସ ବିକାଶ ଦୁବେ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖିଥିଲା ଯାହାକୁ ବଢ଼ାଇ ବର୍ତ୍ତମାନ ୧ ଲକ୍ଷ କରିଛି | ଏହାସହ ବିକାଶ ଦୁବେର ୧୮ ଜଣ ଗ୍ୟାଙ୍ଗ ସଦସ୍ୟଙ୍କ ଉପରେ ମଧ୍ୟ ୨୫ ହଜାର ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି | ଏବେ ସୁଦ୍ଧା ହୋଇଥିବା ଯାଞ୍ଚରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ପୋଲିସକର୍ମୀଙ୍କ ୟୁନିଫର୍ମରେ କାଲଙ୍କା ଲାଗିଛି, ବିଭାଗର କିଛି ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି | ମୋବାଇଲ କଲ ଡିଟେଲ ଆଧାରରେ ପୋଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରାଉଚୁରା କରୁଛି | ଏଥିରେ ୨୪ ଘଣ୍ଟାରେ ବିକାଶ ଦୁବେ ସହିତ କଥାବାର୍ତ୍ତା କରିଥିବା ଲୋକ ସାମିଲ ଅଛନ୍ତି | ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଓ ତାର ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା | ଏମାନଙ୍କୁ ଗିରଫ କରିବା ପାଇଁ ପୋଲିସର ୬୦ ଟିମ ନିୟୋଜିତ ହୋଇଛନ୍ତି | ୫୦୦ ଲୋକଙ୍କ ଫୋନ ସର୍ଭିଲାନ୍ସରେ ରହିଛି | ୪୮ ଘଣ୍ଟା ପରେ ମଧ୍ୟ ବିକାଶ ଦୁବେର କୌଣସି ପତା ମିଳିନାହିଁ | ତେବେ ସେ ଲୁଚିକି ଅନ୍ୟ ରାଜ୍ୟକୁ ପଳାଇ ଯାଇଥିବା ପୋଲିସ ସନ୍ଦେହ କରୁଛି |