କଳାହାଣ୍ଡିରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ,
କଳାହାଣ୍ଡି:-କଳାହାଣ୍ଡି ଜିଲ୍ଲାରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୪ ମହିଳା ଓ ଜଣେ ପୁରୁଷ ଅନ୍ତର୍ଭୁକ୍ତ ଅଛନ୍ତି । ଆକ୍ରାନ୍ତ ୫ ଜଣ ଭବାନୀପାଟଣା ୧୦ ନମ୍ବର ଓ୍ବାର୍ଡ ଅର୍କାବାହାଲି ପଡାର ବାସିନ୍ଦା ଅଟନ୍ତି ।ଗତ ୨୭ ତାରିଖ ଅର୍କାବାହାଲି ପଡାର ୫୮ ବର୍ଷ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ପରେ ୧୭୪ ଜଣ ବ୍ୟକ୍ତିଙ୍କ ସ୍ବାବ୍ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୫ ଜଣ ଆକ୍ରାନ୍ତ ଜଣାପଡିଥିବା ବେଳେ ବର୍ତ୍ତମାନ ବି ୨୭୪ ସ୍ବାବ୍ ଟେଷ୍ଟ ରିପୋର୍ଟ ଅପେକ୍ଷା କରାଯାଇଛି ।ଅର୍କାବାହାଲୀ ପଡାକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ ୩ କି.ମି. ପରିଧିକୁ ବଫର ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ ଏହି ୫ ଆକ୍ରାନ୍ତ ଚିହ୍ନଟ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି । ପୂର୍ବରୁ ୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।










