ଯାତ୍ରୀଙ୍କ ଚାପୁଡ଼ା ମାଡ଼ରେ ସଂକ୍ରମିତ ହେଲେ ରେଲୱେ ଟିକେଟ୍‌ କଲେକ୍ଟର

ଲଣ୍ଡନ:- ଏମିତି ଏକ ଘଟଣା ସାମନା ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଜଣେ ଯାତ୍ରୀଙ୍କ ଆକ୍ରମଣ ଘଟଣାରେ ଜଣେ ରେଳ କର୍ମଚାରୀ କରୋନା ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଘଟଣାଟି କିଛି ଦିନ ତଳର। ବେଲି ମୁଜିଙ୍ଗା (୪୭)ନାମକ ଜଣେ ମହିଳା ରେଲୱେ ଟିକେଟ୍‌ କଲେକ୍ଟରଙ୍କୁ ଷ୍ଟେସନ ପରିସରରେ ଜଣେ ଉତ୍ତ୍ୟକ୍ତ ଯାତ୍ରୀ ଚାପୁଡ଼ା ମାରିଥିଲେ । ଘଟଣାଟି ଲଣ୍ଡନର ଭିକ୍ଟୋରିଆ ଷ୍ଚେସନରେ ଘଟିଥିଲା । ଉକ୍ତ ଘଟଣାର କିଛି ଦିନ ପରେ ଶ୍ୱାସ ସମସ୍ୟାରେ ଥିବା ବେଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଏପ୍ରିଲ୍‌ ୫ରେ ତାଙ୍କର ମୃତ୍ୟୁ ହୋଇଥିଲା ।

କୁହାଯାଉଛି କି ଟିକେଟ୍‌ କଲେକ୍ଟର ବେଲିଙ୍କୁ ଆକ୍ରମଣ ସମୟରେ ତାଙ୍କ ସହ ଜଣେ ମହିଳା ବନ୍ଧୁ ଥିଲେ। ଉଭୟ ବେଲି ଓ ସେହି ମହିଳାବନ୍ଧୁ ଜଣଙ୍କ ଆକ୍ରମଣକାରୀ ଠାରୁ ସଂକ୍ରମିତ ହୋଇଥିଲେ। ପରେ ଯଦିଓ ଅନ୍ୟ ବନ୍ଧୁ ଜଣଙ୍କ ସୁସ୍ଥ ହୋଇଥିଲେ , କିନ୍ତୁ ରେଲୱେ କର୍ମଚାରୀ ବେଲିଙ୍କ ଅବସ୍ଥା ବହୁତ ବିଗିଡ଼ି ଯାଇଥିଲା ।

ବେଲିଙ୍କର ଆଇସିୟୁ ଓ ଭେଣ୍ଟିଲେଟରକୁ ଯିବାର ୩ ଦିନ ପରେ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଲୁସାମ୍ୱା (୬୦) ଓ ତାଙ୍କ ଝିଅ ଇଙ୍ଗରିଡ୍‌ ( ୧୧), ଶେଷ ସମୟରେ ତାଙ୍କ ପାଖକୁ ଯାଇନଥିଲେ। ହେଲେ ଝିଅ ଇଙ୍ଗିରିଡ୍‌ ଶେଷ ଭିଡ଼ିଓ କଲ୍‌ କରିଥିଲେ , ସେତେବେଳେ ତାଙ୍କ ମା ବେଲି ବାର୍ନେଟ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଉଲ୍ଲେଖନୀୟ ଯେ, ସ୍ୱାମୀ ଲୁସାମ୍ୱା ଅଭିଯୋଗ କରି କହିଥିଲେ, ମାର୍ଚ୍ଚର ପ୍ରାରମ୍ଭରେ ଯେବେ କରୋନା ବ୍ୟାପିବାର ସ୍ପଷ୍ଟ ହେଲା , ସେତେବେଳେ ତାଙ୍କ ସ୍ତ୍ରୀ ଚାହୁଁଥିଲେ  ବ୍ୟାକ୍‌ଅଫିସ୍‌ କାମ ପାଇଁ । କିନ୍ତୁ ତାଙ୍କ ନିଯୁକ୍ତିକର୍ତ୍ତା  ଥାମେସ୍ଲିଙ୍କ ତାଙ୍କୁ କଷ୍ଚମରଙ୍କୁ ଡିଲିଂ ପାଇଁ କହିଥିଲେ । ସେତେବେଳେ ସୋସିଆଲ୍‌ ଡିଷ୍ଟାନ୍ସ ପ୍ଲାନ୍‌ ଆରମ୍ଭ ହୋଇନଥିଲା। ଆଉ ମଧ୍ୟ ବେଲିଙ୍କ ୩ ବର୍ଷ ପୂର୍ବେ ହୋଇଥିବା ଅପରସନପରେ ସ୍ୱାସ୍ଥ୍ୟ ସମସ୍ୟା ଥିଲା ବୋଲି ତାଙ୍କ ସିନିୟରଙ୍କୁ ଜଣାଇଥିଲେ। ବେଲିଙ୍କ ଶ୍ୱାସରୋଗ ମଧ୍ୟଥିଲା।

Leave a Reply

Your email address will not be published. Required fields are marked *