ଦୁବେଇରୁ ପ୍ରବାସୀ ଓଡିଆଙ୍କୁ ନେଇ ବିମାନ ସିଧାସଳଖ ଆସିବ ଭୁବନେଶ୍ୱର

ଭୁବନେଶ୍ୱର – ୧୭୯  ଜଣ ଯାତ୍ରଙ୍କୁ ନେ଼ଇ ଦୁବାଇରୁ ବାହାରିବା ସ୍ୱତନ୍ତ୍ର ବିମାନ.ଆସଂନ୍ତା ୧୪ ତାରିଖରେ ଆବୁଧାବି ରୁ ସିଧସଳଖ ଆସି ଭୁବନେଶ୍ୱର ରେ ପହଞ୍ଚିବ. କୋରୋନ ମହାମାରୀ ସମୟରେ ଫସି ଥିବା ଓଡିଆଙ୍କ ପାଇଁ ବନ୍ଦେ ଭାରତ ମିଶନ ଜରୀଆରେ ଏହି ସ୍ୱତନ୍ତ୍ର ବିମାନରେ ର ବ୍ୟବସ୍ଥା କରାଯାଇଛି.ଏହା ସହ ପ୍ରଥମ ଥର ପାଇଁ କୌଣସି ବିମାନ ସିଧସଳଖ ଦୁବାଇ ରୁ ଓଡ଼ିଆ ଆସୁଛି.

ଦୁବାଇ ରୁ ଓଡ଼ିଶା ଆସୁଥିବା ଏହି ଐତିହାସିକ ବିମାନ ଆସନ୍ତା ୧୪ ତାରିଖରେ ଆବୁଧାବି ବାହାରିବ. ଦୁବାଇ ର ବିଭିନ୍ନ ସଂସ୍ଥା ରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ କାମ କରୁଛନ୍ତି.ତେବେ ମହାମାରୀ କୋରୋନା ଫଳରେ ଏବେ ଅନେକ ଓଡ଼ିଆ ଙ୍କ ଚାକିରି ଚାଲିଯାଇଛି ଓ ଅନେକଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଗତି କରୁଛି. ଦୁବାଇ ରୁ ଓଡ଼ିଶା ଫେରିବା ପାଇଁ ଅନେକ ଦିନରୁ ସେଠାରେ ଫସିଥିବା ଲୋକେ ଅନୁରୋଧ କରୁଥିଲେ. ଓଡ଼ିଶା ଫେରିବା ପାଇଁ ପାଖା ପାଖି ୩୦୦ ରୁ ଅଧିକ ଓଡ଼ିଆ ପଞ୍ଜିକରଣ କରିଥିବା ଜଣା ପଡ଼ିଛି.ତେବେ ପ୍ରଥମ ପର୍ଯ୍ୟାୟରେ ୧୭୯ ଜଣ ଓଡ଼ିଆଙ୍କୁ ଓଡ଼ିଶା ପଠା ଯିବ. ଗର୍ଭବତୀ, ମହିଳା, ବୃଦ୍ଧ ଶିଶୁ ଓ ଦିବ୍ୟଙ୍ଗଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକତା ଦିଆଯାଇଛି. ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସେ ମାନଙ୍କୁ ଆଣିବ ପାଇଁ ପ୍ରୟାସ କରିଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅନେକ ଧନ୍ୟବାଦ୍ ଜଣାଇଛନ୍ତି

ଦୁବାଇରେ ଫସିଥିବା ଓଡିଆଙ୍କ ଘର ବାହୁଡ଼ା ପାଇଁ ଅନେକ ଦିନରୁ ପ୍ରୟାସ ଆରମ୍ଭ କରୁଥିଲା ସେଠାରେ ଥିବା ଓଡ଼ିଆ ସମାଜ. ରାଜ୍ୟ ସରକାର ତଥା କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ସହ ଯୋଗା ଯୋଗ କରି ସେଥିରେ ଫସିଥିବା ଓଡ଼ିଆ ଙ୍କ ସମସ୍ୟା ସମ୍ପର୍କ ରେ ଅବଗତ କରାଇଥିଲେ.ଏହା ସହ ଦୁବାଇ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗା ଯୋଗ କରି ଲୋକଙ୍କ ପଞ୍ଜିକରଣ କରିବାରେ ସହଯୋଗ କରିଛି ଓଡ଼ିଶା ସମାଜ. ଓଡ଼ିଶା କୁ ସିଧସଳଖ ବିମାନ ଉଡାଣ କରି ଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କୁ ଅନେକ ଧନ୍ୟବାଦ୍ ଜଣାଇଛନ୍ତି ଓଡ଼ିଆ ସମାଜ ୟୁଏଇ ର କର୍ମ କର୍ତ୍ତା

Leave a Reply

Your email address will not be published. Required fields are marked *