ଲଞ୍ଚ୍ ହେବା ମାତ୍ରେ ୫୦ ହଜାର ଡାଉନଲୋଡ୍, ବିଲକୁଲ୍ TikTok ଭଳି କିନ୍ତୁ ମେଡ୍ ଇନ୍ ଇଣ୍ଡିଆ ଆପ୍

ନୂଆଦିଲ୍ଲୀ :-ସରକାର ୫୯ ଚାଇନିଜ୍ ଆପ୍ସ ଉପରେ ବ୍ୟାନ୍ ଲଗାଇ ଦେଇଛନ୍ତି । ପ୍ରତିବନ୍ଧକ ପରେ ଧିରେ ଧିରେ ମେଡ୍ ଇନ୍ ଇଣ୍ଡିଆ ମୋବାଇଲ୍ ଆପ୍ ସଂଖ୍ୟା ବଢୁଛି ଏବଂ ଡାଉନଲୋଡ୍ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ଆପ୍ ସେୟାରଚାଟ୍ ଏବେ ଟିକଟକ ଭଳି ନିଜର ଏକ ଆପ୍ ମୋଜ(Moj) ଲଞ୍ଚ୍ କରିଛି ।

ମୋଜ ଏକ ଘରୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାହାର ପ୍ୟାରେଣ୍ଟ କମ୍ପାନୀ ସେୟାରଚାଟ୍ । ମୋଜ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରାଯାଇହେବ । ମୋଜର ଫିଚର୍ସ ଟିକଟକ୍ ଭଳି । ଏଥିରେ ମଧ୍ୟ ଆପଣ ସଟ୍ ଭିଡିଓ ପ୍ରସ୍ତୁତ କରିପାରିବେ । ସ୍ପେଶାଲ୍ ଇଫେକ୍ଟ, ଷ୍ଟିକର୍ସ ଓ ଇମୋଶନ୍ ଭଳି ଫିଚର୍ସ ମଧ୍ୟ ମିଳିବ ।ଏହି ଆପ୍ ୧୫ ଭାରତୀୟ ଭାଷାରେ ରହିଛି । ଏଥିରେ ଇଂରାଜୀ ଭାଷା ସପୋର୍ଟ ନାହିଁ । ସେୟାରଚାଟ୍ ମୋଜକୁ ଲଞ୍ଚ୍ କରିବା ପରେ ୫୦ ହଜାର ଲୋକ ଏହାକୁ ଡାଉନଲୋଡ୍ କରିସାରିଲେଣି । ଏହାକୁ ୫ରୁ ୪.୩ ରେଟିଂ ମଧ୍ୟ ମିଳିସାରିଲାଣି । ମୋଜରେ ଆପଣ ୧୫ ସେକେଣ୍ଡର ଭିଡିଓ ଅପଲୋଡ୍ କରିପାରିବେ ।

Leave a Reply

Your email address will not be published. Required fields are marked *