ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା କମାଣ୍ଡୋ ଏବେ ଲଦାଖରେ

ନୂଆଦିଲ୍ଲୀ:-ଚୀନ ସହ ବିବାଦ ମଧ୍ୟରେ ଭାରତ ଲଦାଖରେ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ପାରା ସ୍ପେଶାଲ ଫୋର୍ସଙ୍କୁ ଲଦାଖ ପଠାଯାଇଛି । ଏଠାରେ କମାଣ୍ଡୋମାନେ ଅଭ୍ୟାସ କରିଛନ୍ତି । ଏହି ସ୍ପେଶାଲ ଫୋର୍ସର କମାଣ୍ଡୋମାନେ ୨୦୧୭ରେ ପାକିସ୍ତାନ ବିପକ୍ଷରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଯଦି ଆବଶ୍ୟକ ପଡେ ଏହି କମାଣ୍ଡୋଙ୍କୁ ଚୀନ ବିପକ୍ଷରେ ମଧ୍ୟ ବ୍ୟବହାର କରାଯିବ ।

ସ୍ପେଶାଲ ଫୋର୍ସର ଦୁଇଟି ୟୁନିଟକୁ ପୂର୍ବ ଲଦାଖରେ ମୁତୟନ କରାଯାଇଛି । ସେମାନେ କେଉଁ ପରସ୍ଥିତିରେ କଣ କରିବେ ଭଲ ଭାବେ ଜାଣିଛନ୍ତି । ଆବଶ୍ୟକ ପଡିଲେ ସେମାନେ ଚୀନ ସେନା ସହ ମୁହାଁମୁହିଁ ମଧ୍ୟ ହୋଇପାରନ୍ତି । ଭାରତରେ ୧୨ରୁ ଅଧିକ ସ୍ପେଶାଲ ଫୋର୍ସର ରେଜିମେଣ୍ଟ ରହିଛନ୍ତି । ସେମାନଙ୍କୁ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ନିୟୋଜିତ କରାଯାଇଛି । ଜମ୍ମୁ-କାଶ୍ମୀରରେ ମୁତୟନ କମାଣ୍ଡୋମାନେ ଲେହର ପର୍ବତାଞ୍ଚଳରେ ଅଭ୍ୟାସ କରୁଛନ୍ତି ।

ସୂଚନାଯୋଗ୍ୟ, ଜୁନ ୧୫ରେ ଗଲଓ୍ୱାନ ଘାଟିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ହେବା ପରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ମଧ୍ୟ ୪୩ ସୈନ୍ୟ ନିହତ ହୋଇଥିଲେ ।

ଉଭୟ ଦେଶ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଚୀନ ବାରମ୍ବାର ଭାରତୀୟ ଯବାନଙ୍କୁ ଟାର୍ଗେ୍ଟ କରୁଛି ।

Leave a Reply

Your email address will not be published. Required fields are marked *