ଚାଇନିଜ୍ କମ୍ପାନୀ ସହିତ କଣ୍ଟ୍ରାକ୍ଟ ଭାଙ୍ଗିବେ କି ସେଲିବ୍ରିଟି ?

ନୂଆଦିଲ୍ଲୀ:- ଚୀନ୍ ଓ ଚାଇନିଜ୍ ସାମଗ୍ରୀ ବହିଷ୍କାର ନେଇ ସାରା ଦେଶରେ ଜୋର-ସୋରରେ ନାରା ଚାଲିଛି । ଏଭଳି କ୍ଷେତ୍ରରେ ଅନେକ ପ୍ରମୁଖ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରୁଥିବା ସେଲିବ୍ରିଟି କଣ ଚିନ୍ତା କରୁଛନ୍ତି । ସୂଚନା ଅନୁସାରେ ବଡ ବଡ ଫିଲ୍ମ ଷ୍ଟାର ଓ କ୍ରିକେଟର ଏହି କମ୍ପାନୀମାନଙ୍କର ପ୍ରଚାର କରୁଛନ୍ତି । ଅଧିକାଂଶ କମ୍ପାନୀ ସ୍ମାର୍ଟଫୋନ୍ ଓ ଫିନଟେକ୍ କ୍ଷେତ୍ରରେ ଯୋଡି ହୋଇଛନ୍ତି । ତେବେ ବର୍ତ୍ତମାନ ସବୁ ସେଲିବ୍ରିଟିଙ୍କୁ ତାଙ୍କ ବ୍ରାଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀମାନେ ପରାମର୍ଶ ଦେଇଛନ୍ତି କି ଏହି କମ୍ପାନୀମାନଙ୍କ ଉତ୍ପାଦନକୁ ଯେତେ ସମ୍ଭବ କମ୍ ପ୍ରଚାର ପ୍ରସାର କରନ୍ତୁ ।

ଚାଇନିଜ୍ ସାମଗ୍ରୀ ବହିଷ୍କାର ନାମରେ କୌଣସି ବି ସେଲିବ୍ରିଟି କମ୍ପାନୀଗୁଡିକ ସହିତ କରାଯାଇଥିବା କଣ୍ଟ୍ରାକ୍ଟ ଭାଙ୍ଗି ପାରିବେନି । ତେବେ ସେମାନେ Force Majeureକୁ ଢାଲ କରି ନିଜ କଣ୍ଟ୍ରାକ୍ଟ ରଦ୍ଦ କରିପାରିବେ । ଏହି କ୍ଲାଉଜ୍ ପ୍ରତି କଣ୍ଟ୍ରାକ୍ଟରେ ଥାଏ । ଏହି କ୍ଲାଉଡ୍ ବ୍ୟବହାର ସେତେବେଳେ କରାଯାଏ ଯେତେବେଳେ କୌଣସି ଯୁଦ୍ଧ, ଦଙ୍ଗା, ମହାମାରୀ କିମ୍ବା ଏମିତି କୌଣସି ଘଟଣା ଘଟେ । ଏହି କ୍ଲାଉଜ୍ ମାଧ୍ୟମରେ ସେଲିବ୍ରିଟିମାନେ ଚାଇନିଜ୍ କମ୍ପାନୀ ସହିତ ନିଜ କଣ୍ଟ୍ରାକ୍ଟ ସମାପ୍ତ କରିପାରିବେ । ଅବଶ୍ୟ ଏହା ପରେ ତାଙ୍କ ବଳକା ଫିସ୍ ମଧ୍ୟ କମ୍ପାନୀକୁ ଫେରାଇବାକୁ ପଡିବ ।

ଏହି ଷ୍ଚାର୍ସମାନେ ଏବେ ଅଛନ୍ତି ଚାଇନିଜ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର
ରଣବୀର କପୁର, ଦୀପିକା ପାଦୁକୋନ୍, ଆମିର ଖାନ୍, କ୍ୟାଟ୍ରିନା କୈଫ, ରଣବୀର ସିଂହ ଓ ବିରାଟ କୋହଲି ଭଳି ଷ୍ଟାର୍ସ ଚାଇନିଜ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ଦୀପିକା ଓ ରଣବୀର କପୁର ଓପୋର ପ୍ରଚାର କରନ୍ତି । ଆମିର ଖାନ୍ ଭିଭୋର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । କ୍ୟାଟ୍ରିନା କୈଫ MI ଓ ରଣବୀର ସିଂହ ରେଡମିର ପ୍ରଚାର କରନ୍ତି । ବିରାଟ କୋହଲି iQooକୁ ପ୍ରମୋଟ କରନ୍ତି । ସେଲିବ୍ରିଟି ଏବେ ବି ମାହୋଲ ଦେଖୁଛନ୍ତି ।

Leave a Reply

Your email address will not be published. Required fields are marked *