କ୍ୱାରାଣ୍ଟାଇନ୍ ସେଣ୍ଟରରେ ସାପ

ନୀଳଗିରି:-ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତେଲିପାଳ ଅଂଚଳରେ ଥିବା ଆଶ୍ରମରେ କ୍ୱାରଣ୍ଟାଇନ ସେଣ୍ଟରରେ  ଅଘଟଣ ଘଟିଯାଇଛି । କ୍ୱାରଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ସାପ କାମୁଡି ଦେଇଥିବା ଅଭିଯୋଗ ହୋଇଛି ।

ଏହି ସେଣ୍ଟରରେ ବାହାର ରାଜ୍ୟରୁ ଆସି ୭୬ ଜଣ ଶ୍ରମିକ ରହୁଥିଲେ। ଆଜି ସନ୍ଧ୍ୟାରେ ଗୋହିରା ଅଂଚଳର  କୃଷ୍ନା ରାଉତ ନାମକ ବ୍ୟକ୍ତି ଘରେ ବସିଥିବା ବେଳେ ଏକ ଚିତି ସାପ ଗୋଡ଼ରେ ଗୁଡେଇ ହୋଇ ଯାଇଥିଲା। ତାଙ୍କୁ ବରମପୁର ଡାକ୍ତରଖାନାରେ ଭର୍ତ୍ତି ପରେ ନୀଳଗିରି ଉପଖଣ୍ଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ମଧ୍ୟ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଆଶ୍ରମର ନୋଡାଲ ଅଫିସର ଆଦିକନ୍ଦ ସ୍ୱାଇଁ ରୋଗୀ ଜଣକୁ ନୀଳଗିରି ପରେ ବାଲେଶ୍ଵର ପଠାଇବା ବ୍ୟବସ୍ଥା କରିଥିଲେ ମଧ୍ୟ ସ୍ଥାନୀୟ ବିଡ଼ିଓଙ୍କ ଦେଖାଦର୍ଶନ ନଥିଲା କି ସ୍ଥାନୀୟ ସରପଞ୍ଚଙ୍କ ଦେଖାନଥିଲା। ଏମିତି କରୋନା ଭଳି ମହାମାରୀରେ ସରକାର ବିଭିନ୍ନ ବ୍ୟବସ୍ଥା କରିଥିଲେ ମଧ୍ୟ ଅଧିକାରୀଙ୍କ  ଅସହଯୋଗ ନେଇ ନୀଳଗିରିରେ ଅସନ୍ତୋଷ ପ୍ରକାଶ ପାଇଛି। 

Leave a Reply

Your email address will not be published. Required fields are marked *