କୀଟାଣୁନାଶକ ସ୍ପ୍ରେ କଲେ ମରେନି କରୋନା ଭାଇରସ: WHO
ନୂଆଦିଲ୍ଲୀ:-କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଅଞ୍ଚଳକୁ ସଫା ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାସ୍ତା ଓ ଗଳିମାନଙ୍କୁ ସାନିଟାଇଜ୍ କରାଯାଉଛି । ଯେଉଁ ଅଞ୍ଚଳରେ କରୋନା ରୋଗୀ ମିଳୁଛନ୍ତି ସେହି ସବୁ ସ୍ଥାନମାନଙ୍କୁ ସାନିଟାଇଜ୍ କରାଯାଉଛି । ଏବଂ ସମସ୍ତଙ୍କୁ ଲାଗୁଛି ଯେ କରୋନାରୁ ମୁକ୍ତି ପାଇବା ପାଇଁ ଏହା ଏକ ଭଲ ଉପାୟ ।
ସାଧାରଣତଃ କୀଟାଣୁନାଶକ ଛିଞ୍ଚି ଭାଇରସ ନଷ୍ଟ କରାଯାଏ । କିନ୍ତୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙଗଠନ ଏହା ଉପରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ଡବ୍ଲୁଏଚଓ ଚେତାବନୀ ଦେଇଛି କି ଖୋଲାରେ କୀଟାଣୁନାଶକ ଛିଞ୍ଚି କରୋନା ଭାଇରସକୁ ସମାପ୍ତ କରିହେବନି । ବରଂ ଏଭଳି କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।
ଡବ୍ଲୁଏଚଓ ଅନୁସାରେ ଗଳି ଓ ବଜାରରେ କୀଟାଣୁନାଶକ ସ୍ପ୍ରେ କରିବା ଫଳରେ କିଛି ଫାଇଦା ହେବନି । ଏହା ଜରୁରୀ ନୁହେଁ ଯେ ସ୍ପ୍ରେ ସବୁ ପ୍ରକାର ପୃଷ୍ଠଭୂମିରେ ସମାନ କାମ ଦେଖାଇବ ଏବଂ ସବୁ ସ୍ଥାନରେ ପଡିପାରିବ । ଏବଂ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ସବୁ ପ୍ରକାର ଭାଇରସ ଏଥିରେ ନଷ୍ଟ ହେବେ । ଖୋଲାରେ କୀଟାଣୁନାଶକ ସ୍ପ୍ରେ କରିବା ସହିତ ଇଣ୍ଡୋର ଏରିଆରେ ମଧ୍ୟ ଡିସିଫାଙ୍କଟେଣ୍ଟର ସିଧା ପ୍ରୟୋଗ କରିବା ଅନୁଚିତ୍ ।
ଏହା ବ୍ୟତୀତ ମଣିଷ ଶରୀରରେ ଡିସିଫାଙ୍କଟେଣ୍ଟ ସ୍ପ୍ରେର ଖରାପ ପ୍ରଭାବ ପଡିପାରେ । ଏହାର ପ୍ରସ୍ତୁତିରେ କ୍ଲୋରିନ୍ ଏବଂ ଅନ୍ୟ ବିଷାକ୍ତ କେମିକାଲ ବ୍ୟବହାର ହୋଇଥାଏ ଯାହା ଆଖି ଓ ଚର୍ମ ପାଇଁ କ୍ଷତିକାରକ । ଏହା ସହିତ ନିଶ୍ୱାସ ନେବାରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିଥାଏ ଏହି କେମିକାଲ୍ ।
ଖୋଲାରେ ଆବର୍ଜନା କିମ୍ବା ଧୂଳି ଯୋଗୁଁ ଡିସିଫାଙ୍କଟେଣ୍ଟ ନିଷ୍କ୍ରିୟ ହୋଇଯାଏ ଏବଂ ଭାଇରସ ଉପରେ ଏହାର କିଛି ପ୍ରଭାବ ପଡିନଥାଏ ।










