ପୁଣି ୪ ବରିଷ୍ଠ ଆଇପିଏସ୍‌ଙ୍କୁ ଦିଆଗଲା ୪ଟି ଜିଲ୍ଲାର ଦାୟିତ୍ବ

ଭୁବନେଶ୍ବର:-ବାତ୍ୟା ଅମ୍ଫାନକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ରାଜ୍ୟର ଚାରି ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ୪ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଯଥାକ୍ରମେ ବାଲେଶ୍ବର ଜିଲ୍ଲାର ଦାୟିତ୍ବ ଶ୍ରୀ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକରେ ଘନଶ୍ୟାମ ଉପାଧ୍ୟାୟ, କେନ୍ଦ୍ରାପଡାରେ ଆଶିଷ କୁମାର ସିଂ ଏବଂ ଜଗତସିଂହପୁ ଜିଲ୍ଲାର ଦାୟିତ୍ବ ଶ୍ରୀ ଜୟ ନାରାୟଣ ପଙ୍କଜଙ୍କୁ ହସ୍ତାନ୍ତର କରାଯାଇଛି।ପୁଣି ସେପଟେ ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ବାତ୍ୟା ‘ଅମ୍ଫାନ’  ପ୍ରଭାବରେ ଓଡ଼ିଶାର ୪ ଜିଲ୍ଲାରେ ପଡ଼ିବା ନେଇ ସୁଚନା ମିଳିବା ପରେ ପୂର୍ବ ଉପକୂଳ ରେ ଥିବା ବୃହତ ବନ୍ଦର ପାରାଦୀପ ମଧ୍ୟ ଏନେଇ ଚଳଚଞ୍ଚଳ ହୋଇ ଉଠିଛି ।  ଏ ନେଇ ୪ ଆଇଏଏସ୍‌ ଅଫିସରଙ୍କୁ ୪ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି ଯଥା  ବାଲେଶ୍ବର ଜିଲ୍ଲାର ଦାୟିତ୍ବ ଶ୍ରୀ ମଧୁସୂଦନ ପାଢ଼ୀ, ଭଦ୍ରକର ଶ୍ରୀ ସୁଶୀଲ କୁମାର ଲୋହାନୀ, କେନ୍ଦ୍ରାପଡାର ଶ୍ରୀ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ଦାୟିତ୍ବ ଶ୍ରୀ ଶାଶ୍ବତ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରୁ ଲୋକଙ୍କୁ ସ୍ତାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *