ରାଜ୍ୟରେ ଆଉ ୨୨୯ କରୋନା ପଜିଟିଭ୍‌ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ସଢ଼େ ୭ ହଜାର ପାର୍

ଭୁବନେଶ୍ବର :-ରାଜ୍ୟରେ କରୋନା ସ୍ଥିତି ପୂରା ଗମ୍ଭୀର ହେବାରେ ଲାଗିଛି। ସଂକ୍ରମଣ ମାଡ଼ି ମାଡ଼ି ଚାଲିଛି କରୋନା । ଏବେ ଦ୍ରୁତ ଉପରମୁହାଁ ହୋଇଛି। ଆଜି ରାଜ୍ୟରେ ୨୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୨୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲେଶ୍ବର ଜିଲ୍ଲାରୁ ୨୪ ଜଣ, ଯାଜପୁର ଜିଲ୍ଲାରୁ ୨୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭ ଜଣ, କଟକ ଜିଲ୍ଲାରୁ ୧୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ, ବଲାଙ୍ଗିର ଜିଲ୍ଲାରୁ ୭ ଜଣ, ନୟାଗଡ଼ ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨ଜଣ, ଅନୁଗୁଳ, ବରଗଡ଼, ଦେବଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୫୪୫ ଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୧୫୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Leave a Reply

Your email address will not be published. Required fields are marked *