ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ୨ ଜୀବନ। ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜଣେ ମୃତକ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହା ଅନୁଗୁଳର ପ୍ରଥମ କରୋନା ମୃତ୍ୟୁ। ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲା।

ମୃତକଦ୍ୱୟ ପୁରୁଷ। ଗଞ୍ଜାମରେ କରୋନା ଯୋଗୁ ଆଖି ବୁଜିଥିବା ବ୍ୟକ୍ତିଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ଅନୁଗୁଳରେ ମୃତକଙ୍କ ବୟସ ୫୭ ବର୍ଷ ବୋଲି ଜଣାଯାଇଛି।

ସୂଚନାଥାଉ କି, ଆଜି ଆଜି ରାଜ୍ୟର ୧୯ ଜିଲ୍ଲାରୁ ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୧୯୩ ଜଣ। , ଲୋକାଲ୍ କେସ୍‌ ୩୬ଜଣ। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ଛୁଇଁଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ କି ୨୧୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *