ଗଞ୍ଜାମ ଜିଲ୍ଲାରେ ଗାଡ଼ି ଚଳାଚଳ ମନା

ବ୍ରହ୍ମପୁର:- ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେଥିପାଇଁ ଜିଲ୍ଲାରେ କରୋନା  କଟକଣାକୁ ଆହୁରି  କଡ଼ାକଡ଼ି କରାଯାଇଛି।କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ ମନା କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡ଼ିକୁ ଅନୁମତି ମିଳିବ। ଲୋକମାନେ ନିଜ ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ଯିବାକୁ ବାରଣ କରାଯାଇଛି। ବରିଷ୍ଠ ନାଗରିକମାନେ ଘରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ଦୁଇ ଚକିଆ ଗାଡ଼ି ଚାଳନା ପାଇଁ ଅନୁମତିପ୍ରାପ୍ତ ଆଇକାର୍ଡ ଜରୁରୀ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ ।

Leave a Reply

Your email address will not be published. Required fields are marked *