ଆତଙ୍କବାଦୀଙ୍କ ଗୁଳିରେ ଜେଜେବାପା ନିହତ : ଶିଶୁକୁ କୋଳରେ ଧରିଥିବା ଯବାନଙ୍କ ଫଟୋ ଓ ଭିଡିଓ

ଶ୍ରୀନଗର-: ଜାମ୍ମୁ କାଶ୍ମୀର ସୋପୋର ଜିଲ୍ଲାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ହମଲା କରିଥିଲେ | ଏଥିରେ ସିଆରପିଏଫର ୧୭୯ ବାଟାଲିୟନର ହେଡ଼ କନଷ୍ଟେବଳ ଶହୀଦ ହୋଇଛନ୍ତି | ହମଲାରେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ନିହତ ହୋଇଛନ୍ତି | ସୋସିଆଲ ମିଡ଼ିଆରେ ଏକ ଫଟୋ ଖୁବ ଭାଇରାଲ ହେଉଛି | ଏନକାଉଣ୍ଟର ମଧ୍ୟରେ ଜଣେ ସିଆରପିଏଫ ଯବାନ ଏକ ଶିଶୁକୁ ରକ୍ଷା କରି ତାକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ |ମିଡ଼ିଆ ରିପୋର୍ଟ ଅନୁଯାୟୀ, ଶିଶୁର ବୟସ ୩ ବର୍ଷ | ସେ ସକାଳେ ନିଜ ଜେଜେବାପାଙ୍କ ସହ ଘରୁ ବାହାରକୁ ଯାଇଥିଲା | ହଠାତ ଫାଇରିଙ୍ଗ ଆରମ୍ଭ ହୋଇଯାଇଥିଲା | ଫାଇରିଙ୍ଗରେ ଶିଶୁର ଜେଜେବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା | ଏହାପରେ ଯବାନ ଶିଶୁକୁ ସେଠାରୁ ସୁରକ୍ଷିତ ନେଇ ଆସିଥିଲେ | ସୋସିଆଲ ମିଡ଼ିଆରେ ଯବାନଙ୍କ ସହିତ ଶିଶୁର ଅନେକ ଫଟୋ ଭାଇରାଲ ହୋଇଛି ଏବଂ ଖୁବ ମାତ୍ରାରେ ସେୟାର କରାଯାଉଛି |ଶିଶୁ ରକ୍ତ ଜୁଡୁବୁଡୁ ନିଜ ଜେଜେବାପାଙ୍କ ମୃତଦେହ ପାଖରେ ବସିଥିବାର ଦେଖିବାକୁ ମିଳିଥିଲା | ଗୁଳି ଶବ୍ଦରେ ଶିଶୁ ଜୋର ଜୋରରେ କାନ୍ଦୁଥିଲେ | ଠିକ ସେତିକିବେଳେ ଜଣେ ଯବାନ ଦଉସି ଆସି ଶିଶୁକୁ ନିଜ କୋଳରେ ଉଠାଇ ନେଇଥାନ୍ତି | ନିରୀହ ଶିଶୁ ସହ ଯବାନଙ୍କ ଏହି ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *