ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୨ ଆକ୍ରାନ୍ତ , ୮ ଲୋକାଲ କେସ୍‌

ଭୁବନେଶ୍ୱର:-ରାଜ୍ୟରେ ଚିହ୍ନଟ ହୋଇଥିବା ୨୫୧ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୬ ଜଣ। ଭୁବନେଶ୍ୱର ସହରରୁ କେବଳ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହୋମ କ୍ୱାରେଣ୍ଟାଇନ୍‌ ଓ ୮ଟି ଲୋକାଲ କେସ୍‌ ବୋଲି ଜଣାପଡ଼ିଛି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଟଙ୍କପାଣି ରୋଡ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ଯଥାକ୍ରମେ ୧୭ ଓ ୨୬ ବର୍ଷ ହୋଇଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାଯାଇଛି। ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ୨୬ ବର୍ଷୀୟ ଯୁବକ ଫେରିଥିବା ବେଳେ ସେ ବାଙ୍ଗାଲୋରରୁ ଫେରିଥିଲେ। ଖଣ୍ଡଗିରି ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ ପୁନେରୁ ଫେରି ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ୮ଟି ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଡୁମୁଡୁମାରୁ ୨ ଯୁବକ ଓ ଜଣେ ମହିଳା, ଶ୍ରୀରାମ ନଗରରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ଗଞ୍ଜାମରୁ ଫେରିଥିଲେ । ଏକ ଘରୋଇ ହସ୍ପିଟାଲର ଜଣେ ୩୩ ବର୍ଷୀୟ ଯୁବକଙ୍କ ସମେତ  ନିଳାଦ୍ରୀ ବିହାରର ୫୩ ବର୍ଷୀୟ ବ୍ୟକ୍ତି ଯେକି ବିଡିଏରେ ପମ୍ପ ଡ୍ରାଇଭର ଭାବେ କାମ କରୁଥିଲେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଜାଗମରାରୁ ଜଣେ ୩୪ ବର୍ଷୀୟ ଯୁବକ , ୟୁନିଟ-୨ରୁ ଜଣେ ୩୦ ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *