ଦିଲ୍ଲୀରେ ଖୋଲିବ ଦେଶର ପ୍ରଥମ ପ୍ଲାଜ୍ମା ବ୍ୟାଙ୍କ,
ନୂଆଦିଲ୍ଲୀ:- କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦେଶର ପ୍ରଥମ ଥର ପାଇଁ ପ୍ଲାଜମା ବ୍ୟାଙ୍କ ଦିଲ୍ଲୀରେ ଖୋଲିବ । କୋଭିଡ -୧୯ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଦିଲ୍ଲୀ ସରକାର ଏକ ‘ପ୍ଲାଜମା ବ୍ୟାଙ୍କ’ ଗଠନ କରିବେ। ଏଠାରେ ଡାକ୍ତରଖାନାଗୁଡ଼ିକରେ ସୁସ୍ଥ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ଦେଇଛି। ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିଛି । ତେବେ ଦିଲ୍ଲୀ ସରକାର କରୋନା ଆକ୍ରାନ୍ତଙ୍କ ଉପଚାର ପାଇଁ ପ୍ଲାଜ୍ମା ବ୍ୟାଙ୍କ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହି ବ୍ୟାଙ୍କ ଦିଲ୍ଲୀ ସରକାର ସଞ୍ଚାଳିତ କରିବେ । ଏହି ବ୍ୟାଙ୍କ ଆଇବିଏସ୍ ରେ ସ୍ଥାପିତ କରାଯିବ । ଡାକ୍ତରଖାନାରେ ହସ୍ପିଟାଲ୍ ଓ ଡାକ୍ତରମାନେ ରୋଗୀଙ୍କ ଅବସ୍ଥା ଦେଖି ପ୍ଲାଜମା ଦିଆଯିବ, ଏବଂ ଏଥିପାଇଁ ଏଠାରେ ସଂପର୍କ କରାଯିବାକୁ କୁହାଯାଇଛି । ଏକ ଜାତୀୟ ଗଣାମାଧ୍ୟମକୁ ସାକ୍ଷାତକାର ଦେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହା କହିଛନ୍ତି । ମନ୍ତ୍ରୀଙ୍କ ଅନୁଯାୟୀ ଦିଲ୍ଲାରେ ଏବେ କରୋନା ସ୍ଥିତି ସ୍ଥିର ରହିଛି । ସାଧାରଣଲୋକମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ମଧ୍ୟ ସିସୋଦିଆ ଅନୁରୋଧ କରିଛନ୍ତି ।
ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସ (ଆଇଏଲବିଏସ୍) ରେ ଏହି ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ରୋଗୀଙ୍କୁ ଡାକ୍ତର ଏବଂ ଡାକ୍ତରଖାନା ପରାମର୍ଶ କ୍ରମେ ପ୍ଲାଜ୍ମା ଯୋଗାଇ ଦିଆଯିବ। ପ୍ଲାଜାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଯୋଗାଯୋଗ କରିବାକୁ କହିଛନ୍ତି ଦିଲ୍ଲୀ ସରକାର |










