ଓଡିଶା ଟେଲିଭିଜନ କଳାକାର ଆସୋସିଏସନ ପକ୍ଷରୁ ଅଭିନେତ୍ରୀ ଦୀପାଙ୍କୁ ଆର୍ଥିକ ସହାୟତା
ଭୁବନେଶ୍ୱର”- ଓଡିଶା ଟେଲିଭିଜନ କଳାକାର ଆସୋସିଏସନ ବା OTAA) ପକ୍ଷରୁ ଏମ୍ସରେ ଚିକିତ୍ସିତ ହେଉଥିବା ଅଭିନେତ୍ରୀ ଦୀପା ସାହୁଙ୍କୁ ଆର୍ଥିକ ସାହାଯ୍ୟ କରାଯାଇଛି ।ଅଭିନେତ୍ରୀ ଦୀପା ଗତ ଏକ ବର୍ଷ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଅଛନ୍ତି । ବର୍ତ୍ତମାନ ସେ କ୍ୟାନସରର ଥାର୍ଡ ଷ୍ଟେଜ୍ରେ ରହିଛନ୍ତି । ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।










