ପ୍ରଶାସନର ଅନୁମତି ନଥିଲେ ବାହଘରେ କଲେ ପୁରୋହିତଙ୍କ ବିରୋଧରେ ମାମଲା
ବ୍ରହ୍ମପୁର – କରୋନା ସଙ୍କଟ ବେଳେ ଏବେ ସାମାଜିକ ଦୂରତ୍ୱକୁ କଡା କଡି ଭାବେ ପାଳନ କରିବା ପାଇଁ କୁହାଯାଉଛି । ମାତ୍ର ଅନେକ ସ୍ଥାନରେ ତାହା ପାଳନ କରାଯାଉ ନଥିବା ନଜରକୁ ଆସୁଛି । ୫୦ ଜଣ ଲୋକ ଯିବାକୁ ଅନୁମତି ଥିବା ବେଳେ ଶହ ଶହ ଲୋକ ବାହାଘରରେ ଯୋଗ ଦେଉଛନ୍ତି। କେବଳ ସେତିକି ନୁହେଁ ସାମାଜିକ ଦୂରତ୍ୱ ପାଳନ କରାଯାଉ ନଥିବା କୁହାଯାଉଛି । ଏବେ ଗଞ୍ଜାମ ଜିଲ୍ଲାରେ ପ୍ରଶାସନର ବିନା ଅନୁମତିରେ ବିବାହ କଲେ ପୁରୋହିତ ବନ୍ଧା ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଗଞ୍ଜାମ ଜିଲ୍ଲାପାଳ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ସରକାର କରିଥିବା ନିୟମ ଅନୁସାରେ ଅଳ୍ପ ଅତିଥିଙ୍କ ଗହଣରେ ବିବାହ ଉତ୍ସବ ଆୟୋଜନ କରିବା ପାଇ କୁହାଯାଇଛି । ଏହା ବାଧ୍ୟତାମୂଳକ । ଏହାକୁ ପାଳନ କରା ନଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିବାହ କାର୍ଯ୍ୟରେ ମନ୍ତ୍ରପାଠ କରିବାକୁ ଆସିଥିବା ନନା ବା ପୁରୋହିତଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି କୁହାଯାଇଛି ।
ଏବେ ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢିବାରେ ଲାଗିଛି । କେବଳ ସେତିକି ନୁହେଁ କେତକ ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ବି କରୋନା ସଂକ୍ରମଣ ହେବା ଦେଖାଯାଉଛି । ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ । ଏବେ ଅନେକ ଲୋକ କରୋନାରେ ପ୍ରାଣ ହରାଇଲେଣି ।










