ବ୍ରହ୍ମପୁର ପୋଲିସର ୯ କରୋନା ଯୋଦ୍ଧା କୋଭିଡ୍ ପଜିଟିଭ୍
ବ୍ରହ୍ମପୁର:-ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୁଣି ୯ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଏସ୍ପି ପିନାକ ମିଶ୍ର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଏସ୍ପି ଟ୍ୱିଟ୍ କରି କହିଛନ୍ତି ଯେ, ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ୯ଜଣ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ଜଣାପଡିଛି । ସମସ୍ତଙ୍କୁ ଅବଜରଭେସନରେ ରଖାଯାଇଛି । ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସ୍ପି ।
ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୮ ଜଣ ପୋଲିସ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟ ଅବଜରଭେସନରେ ରଖାଯାଇଛି ।










