୨୯ BSF ଯବାନଙ୍କୁ କରୋନା
ମାଲକାନଗିରି:- ରାଜ୍ୟରେ ଚିହ୍ନଟ ୨୦୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଛନ୍ତି। ଉକ୍ତ ୩୬ ପଜିଟିଭ ମଧ୍ୟରୁ ୨୯ ଜଣ BSF ଯବାନ ଥିବା ଜଣାଯାଇଛି। ଏହାବ୍ୟତୀତ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଓ ୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏନେଇ ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।ମାଲକାନଗିରି ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ରେ ପହଞ୍ଚି ସାରିଛି। ସେଥି ମଧ୍ୟରୁ ୪୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୮ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।










