ଟିକଟିକ୍ ବ୍ୟାନ ପରେ ଚାଲିଛି ବିକଳ୍ପ ଖୋଜା, ଭାରତୀୟ ଆପ୍ ଚିଙ୍ଗାରି, ମିତ୍ରୋନ୍ ଓ ରୋପୋସୋ ଉପରେ ରହିଛି ନଜର

କଟକ:-ଟିକଟକ ସମେତ ଚୀନର ଅଧିକାଂଶ ଆପକୁ ନିଷିଦ୍ଧ କରାଯାଇଛି ।  ଏବେ ଆସନ୍ତୁ ଦେଖିବା ଏହାର ବିକଳ୍ପ କଣ ହୋଇପାରେ ।  ଟିକଟକର ବିକଳ୍ପ  ଚିଙ୍ଗାରି, ମିତ୍ରୋନ, ରୋପୋସୋ ହୋଇପାରେ । ସେହିଭଳି ଆଉ ଏକ  ଆପ ୟୁସିବ୍ରାଉସରର ବିକଳ୍ପ ବି  ଖୋଜା ଚାଲିଛି । ୟୁସି ବ୍ରାଉଜର ବିକଳ୍ପ ହୋଇପାରେ ଗୁଗୁଲ କ୍ରୋମ,ଗୁଗୁଲ ନ୍ୟୁଜ, ମୋଜିଲା ଫାୟାର ଫକ୍ସ । କ୍ୟାମସ୍କାନର ବିକଳ୍ପ ବିଷୟରେ ବି ଚର୍ଚ୍ଚା ଚାଲିଛି । ଏହାର ବିକଳ୍ପ ହୋଇପାରେ  ଆଡୋବ ସ୍କାନ, ମାଇକ୍ରୋସଫଟ ଅଫିସ ଲେନ୍ସ, ଏଭରନୋଟ ସ୍କାନାବେଲ । ସେହିଭଳି ଚୀନି ଆପ ସେୟାର ଇଟର ବ୍ୟବହାର ସମଗ୍ର ବିଶ୍ୱରେ କୌଣସି ଫାଇଲ ଟ୍ରାନଫର ପାଇଁ ବହୁଳ ଭାବରେ ଲୋକ ବ୍ୟବହାର କରନ୍ତି ।କିନ୍ତୁ ଭାରତରେ ଏହା ବ୍ୟାନ ହେବା ପରେ ଏହାର ବିକଳ୍ପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ବିକଳ୍ପ ଭାବେ ଫାଇଲସ ଗୋ, ଡ୍ରପବକ୍ସ, ଆପେଲ ଏୟାରଡ୍ରପ ଓ ଜିଓ ସ୍ୱିଚକୁ ବିବେଚନା କରାଯାଉଛି । ସେହିଭଳି ସପିଂ ସାଇଟ୍ କ୍ଲବଫେକ୍ଟ୍ରି ଏବଂ ସିନର ବିକଳ୍ପ ଭାବେ  ଫ୍ଲିପକାର୍ଟ, ଆମାଜାନ ସହ ମିନତ୍ରାକୁ ବିବେଚନା କରାଯାଉଛି ।

ଏଭଳି ସ୍ଥିତିରେ ବାଙ୍ଗାଲୋରରେ ରହୁଥିବା ବିଶ୍ୱାତ୍ମା ନାୟକ ନାମକ ଜଣେ ଓଡ଼ିଆ ଯୁବକ ଟିକ୍‌ଟକ୍‌ ଆପ୍‌ର ବିକଳ୍ପ ସୃଷ୍ଟି କରିଛନ୍ତି । ଏହାର ନାଁ ଦେଇଛନ୍ତି ‘ଚିଙ୍ଗାରି’ ।କଟକ ଅଡ଼ଶପୁର ଅଞ୍ଚଳର ଏହି ୨୮ବର୍ଷୀୟ ଯୁବକ ବାଙ୍ଗାଲୋରର ଏକ କମ୍ପାନୀରେ ଇଞ୍ଜିନିୟର୍‌ ଅଛନ୍ତି । ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିବା ତାଙ୍କର ଏକ ନିଶା । ଏହାପୂର୍ବରୁ ‘ଚାଟ୍‌ ବୁଟ୍‌ସ’ ନାମକ ଏକ ଆପ୍‌ ତିଆରି କରିଥିଲେ, ଯାହା ଯୁବବର୍ଗଙ୍କ କ୍ଷେତ୍ରରେ ବେଶ୍‌ ଗ୍ରହଣୀୟ ହୋଇପାରିଥିଲା । ତେବେ ଟିକ୍‌ଟକ୍‌ର ଲୋକପ୍ରିୟତା ଦେଖି ଏଭଳି ଏକ ଆପ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ ବିଶ୍ୱାତ୍ମା । ନିଜ ବନ୍ଧୁ ସିଦ୍ଧାର୍ଥ ଗୌତମଙ୍କ ସହଯୋଗରେ ଏହି ଆପ୍‌ ତିଆରି କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ନ୍ୟୁଜ୍‌, ଗେମ୍‌ସ ଆଦି କିଛି ଫିଚର୍‌ ନେଇ ଚିଙ୍ଗାରି ଆପ୍‌ ଆରମ୍ଭ କରାଯାଇଥିଲା । ପରେ ମେ’ ୧୫ତାରିଖ ଠାରୁ ଏହି ଆପ୍‌ରେ ଭିଡ଼ିଓ ସେୟାରିଂ ବ୍ୟବସ୍ଥା ମଧ୍ୟ କରାଗଲା । ଇଂଲିସ ସମେତ ୧୦ଟି ଭାଷାରେ ଏହି ଆପ୍‌ରେ ଫିଚର୍‌ ରଖାଯାଇଛି । ଓଡ଼ିଆ ମଧ୍ୟ ଅନ୍ତର୍ଭୁକ୍ତ । ଅନ୍ୟ ଆପ୍‌ରେ କେବଳ ଭିଡ଼ିଓ ଥିବା ବେଳେ ଚିଙ୍ଗାରିରେ ନ୍ୟୁଜ୍‌ ଏବଂ ଗେମ୍‌ସ ଅତିରିକ୍ତ ଫିଚର୍‌ ରହିଛି । ଆଗକୁ କୁଇଜ୍‌ ମଧ୍ୟ ଏହି ଆପ୍‌ରେ ରଖିବାକୁ ସିଇଓ ବିଶ୍ୱାତ୍ମା ନାୟକ ଯୋଜନା ରଖିଛନ୍ତି ।ଗତ ଦୁଇ ମାସ ମଧ୍ୟରେ ଏହି ଆପ୍‌ରେ ୧ଲକ୍ଷ ଲୋକ ପଞ୍ଜିକୃତ ହୋଇସାରିଥିବା ବେଳେ ଗତ ସପ୍ତାହେ ମଧ୍ୟ ପ୍ରାୟ ୨ ଲକ୍ଷ ନୂଆ ପଞ୍ଜିକରଣ ହୋଇଛି । ଏବେ ପ୍ରତ୍ୟେକ ଦିନ ୪୦ ର ୫୦ହଜାର ନୂଆ ପଞ୍ଜିକରଣ ଦେଖିବାକୁ ମିଳିଛି । ଏନେଇ ବିଶ୍ୱାତ୍ମା କହିଛନ୍ତି, ପୂର୍ବରୁ ଏହି ଆପ୍‌ ଥିଲା । କିନ୍ତୁ ଲକ୍‌ଡାଉନ୍‌ ସମୟରେ ଏହାକୁ ଡେଭଲପ୍‌ କରିବାକୁ କରିବାକୁ ଯୋଜନା କରିଥିଲୁ । ସିଦ୍ଧାର୍ଥଙ୍କ ସହଯୋଗ ନେଇ ଭିଡ଼ିଓ ସେୟାରିଂ ଫିଚର୍‌କୁ ଏଥିରେ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲୁ। ପରେ ଏହା ସଫଳ ହେବା ପରେ ଚିଙ୍ଗାରି ଏବେ ଧିରେ ଧିରେ ଲୋକପ୍ରିୟତା ହାସଲ କରିବାକୁ ଲାଗିଲାଣି । ପ୍ରାୟୋଜକ ମିଳିଲେ ଏହି ଆପ୍‌କୁ ଅନ୍ତର୍ଜାତୀୟ ସ୍ତରକୁ ନେବାକୁ ଆମର ପ୍ରୟାସ ରହିବ । ସ୍ୱଦେଶୀ ଆପ୍‌ ହୋଇଥିବାରୁ ଲୋକେ ମଧ୍ୟ ଏହାକୁ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *