ମନ୍ଦାରମଣି ସମୁଦ୍ର କୂଳରେ ଲାଗିଲା ନୀଳ ତିମି

ଜଳେଶ୍ୱର:-ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ଏକ ବିଶାଳ ମୃତ ତିମି ଉଦ୍ଧାର ହୋଇଛି । ମନ୍ଦାରମଣି ସମୁଦ୍ର କୂଳରେ  ଗତ କାଲି ଲାଗିଥିବା ଏହି ତିମିର ଲମ୍ବ ୪୫ ଫୁଟ ଓ ଚଉଡ଼ା ୧୦ ଫୁଟ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି । ଏହାକୁ ସ୍ଥାନୀୟ ଲୋକେ ନୀଳ ତିମି ବୋଲି ମଧ୍ୟ କହୁଛନ୍ତି। ତେବେ ତିମିଟି କିପରି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ ।ତିମିକୁ ଗତକାଲି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ପୋତି ଦିଆଯାଇଥିବା ବେଳେ ପରେ ତାହାର କଙ୍କାଳକୁ ନେଇ ପଶ୍ଚିମବଙ୍ଗ ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯିବ ବୋଲି ବନ ବିଭାଗ ସୂଚନା ଦେଇଛି  ।

Leave a Reply

Your email address will not be published. Required fields are marked *