ବସ୍ତିରେ ମାଡିଲାଣି କରୋନା, ଗୋଟିଏ ଦିନରେ ବାହାରିଲେ ୨୫ ଆକ୍ରାନ୍ତ
ଭୁବନେଶ୍ବର:-ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରୁ ୭ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୩୧୪ ଛୁଇଁଥିବା ବେଳେ୧୭୪ ଜଣ ସୁସ୍ଥ ହୋଇଛନ୍ତି। ୪ ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୩୫ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ହୋମ୍ କ୍ବାରେଣ୍ଟାଇନ୍ରେ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମଞ୍ଚେଶ୍ବର ଅଞ୍ଚଳରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୨୨, ୨୬,୨୮,୨୩,୪୫ ହୋଇଥିବା ସୂଚନା ମିଳିଛି।
ସେହିିପରି ସାମନ୍ତାପୁର ଅଞ୍ଚଳରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟର କର୍ମଚାରୀ ବୋଲି ଜଣାଯାଇଛି। ସେହିପରି ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାସପୋର୍ଟ ଅଫିସ ନିକଟ ବାଲିତୋଟା ସାହି ବସ୍ତିରୁ ୪ଜଣ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ୨୨ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଘରୋଇ ହସ୍ପିଟାଲରୁ ୨୨ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି ଅଶୋକ ନଗର ଅଞ୍ଚଳରୁ ୬୦ ବର୍ଷିୟ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିଳାଦ୍ରି ବିହାର ଅଞ୍ଚଳରୁ ୫୬ ବର୍ଷିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ଡାକ୍ତରଖାନା ୩୭ ବର୍ଷିୟ ପୁରୁଷ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ନୟାପଲ୍ଲୀ ଏମ୍-୩ ପାର୍କ ଅଞ୍ଚଳରୁ ଜଣେ ୪୨ ବର୍ଷିୟୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ହୋମ୍ କ୍ବାରେଣ୍ଟାଇନ୍ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୪୨ ବର୍ଷିୟ ମହିଳା ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ ଅଟନ୍ତି। ସେ କିଛି ଦିନ ତଳେ କଲିକତାରୁ ଫେରିବା ପରେ ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ବେଳେ କରୋନା ପଜିଟିଭ ହୋଇଛନ୍ତି। ସେହିପରି ରେଲଓ୍ବେର ୪୪ ବର୍ଷିୟ ପୁରୁଷ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।