ଓଡ଼ିଶାରେ ଆଉ ୨୪୫ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୪୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨, ବରଗଡ଼ରୁ ୧୦, ଭଦ୍ରକ ୨, କଟକ ୭, ଢେଙ୍କାନାଳ ୩, ଗଜପତି, ୭, ଜଗତସିଂହପୁରରୁ ୯, ଯାଜପୁରରୁ ୪୦, ଝାରସୁଗୁଡ଼ା, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏ, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝର ଓ ନବରଙ୍ଗପୁରରୁ ୭ ଜଣ ଲେଖାଏ, ଖୋର୍ଦ୍ଧାରୁ ୨୮, ମୟୂରଭଞ୍ଜରୁ ୫, ନୟାଗଡ଼ରୁ ୩ ଓ ସୁନ୍ଦରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍‌ ମୁକାବିଲା କରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ର ଆଉ ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ ଥିବାବେଳେ ୪,୭୪୩ଜଣ ସୁସ୍ଥ ହୋଇଛନ୍ତି। ୨୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *