ମୁଣ୍ଡଳୀରେ ପହଞ୍ଚିଲା ଏ ବର୍ଷର ପ୍ରଥମ ବନ୍ୟାଜଳ

କଟକ :- କଟକ ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ୧୫ଟି ଗେଟ୍‌ ଖୋଲାଯିବା ପରେ ମହାନଦୀରେ ନିଷ୍କାସିତ ହୋଇଥିବା ପାଣି ଏବେ ମୁଣ୍ଡଳୀରେ ପହଞ୍ଚିଛି । ଗୁରୁବାର ଦିନ ହୀରକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ଜଳ ନିଷ୍କାସିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ମୁଣ୍ଡଳୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ଆଜି ସକାଳ ୯ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ବ୍ୟାରେଜର ଉପମୁଣ୍ଡରେ ଜଳସ୍ତର ୮୧.୫୦ ଫୁଟ୍ ଓ ତଳମୁଣ୍ଡରେ ୭୮.୫୦ ଫୁଟ ରହିଛି । ଏଠାରେ ବିପଦ ସଙ୍କେତ ରହିଛି ୯୭ ଫୁଟ୍ । ତେବେ ନିଷ୍କାସିତ ଜଳର ପରିମାଣ ବହୁତ କମ ଥିବାରୁ ଏବଂ ମହାନଦୀ ଶୁଖିଲା ଥିବାରୁ ଏହାର ସେମିତି କୌଣସି ପ୍ରଭାବ ଦେଖାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *