୨୧ ଦିନ ପରେ ତେଳ ଦରରେ ଲାଗିଲା ବ୍ରେକ୍: ସାରା ଦେଶର ପେଟ୍ରୋଲ-ଡିଜେଲ ଦାମ୍ ସ୍ଥିର
ଭୁବନେଶ୍ୱର:-ତୈଳ ଦରରେ ବୃଦ୍ଧି ଧାରା ୨୧ ଦିନ ପାଇଁ ଜାରି ରହିଛି । ତୈଳ ବିପଣନ କମ୍ପାନିଗୁଡିକ ପେଟ୍ରୋଲ ଏବଂ ଡିଜେଲ ଦରରେ ଯଥାକ୍ରମେ ୨୫ ପଇସା ଏବଂ ୨୧ ପଇସା ବୃଦ୍ଧି କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୮୦.୯୪ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ୭୮.୫୫ ଟଙ୍କାରେ ପହଞ୍ଚିଛି । ବିଭିନ୍ନ ରାଜ୍ୟରେ ସ୍ଥାନୀୟ ବିକ୍ରି ଟିକସ ଏବଂ ଭ୍ୟାଟ୍ ଆଧାରରେ ଦର ଭିନ୍ନ ଭିନ୍ନ ରହିଛି ।ସୂଚନାଯୋଗ୍ୟ, ୮୨ ଦିନର ବ୍ୟବଧାନ ପରେ ଜୁନ୍ ୭ରୁ ତୈଳ ବିପଣନ କମ୍ପାନିଗୁଡିକ ଦୈନିକ ଦର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେବେଠାରୁ ବର୍ତ୍ତମାନ ଯାଏ ଦର ବଢ଼ିଚାଲିଛି । ଦୁଇ ବର୍ଷ ମଧ୍ୟରେ ଏଭଳି କେବେ ହୋଇ ନ ଥିଲା ଯେ, କମ୍ପାନିଗୁଡିକ ଏତେ ଦିନ ଧରି ଦର ବଢ଼ାଇ ଚାଲିଥିବେ ।