ରାକ୍ଷସ ପାଲଟିଗଲା ଜେଜେବାପା : ନାତୁଣୀଙ୍କୁ ଦୁଷ୍କର୍ମ କରି ଖୁଆଇ ଦେଇଥିଲା ଗର୍ଭପାତ ଔଷଧ

ଆଗ୍ରା :-ଆଗ୍ରାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ମାମଲା ସାମନାକୁ ଆସିଛି। ମଲପୁରାରେ ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଛି। ମଲପୁରା ଅଞ୍ଚଳରେ କିଶୋରୀଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇଥିବା ଅଭିଯୁକ୍ତକୁ ଥାନା ପୋଲିସ୍ ଗୁରୁବାର ଗିରଫ କରି ଜେଲ୍ ପଠାଇ ଦେଇଛି। ଅଭିଯୁକ୍ତକୁ ପଥୌଲି ଫାଟକ ପାଖରୁ ଗିରଫ କରାଯାଇଛି।

ମଲପୁରା ଥାନା ଅଞ୍ଚଳରେ ଜୁନ୍ ୧୩ତାରିଖରେ କିଶୋରୀଙ୍କ ଘରେ ହଠାତ୍ ଦେହ ଖରାପ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କୁ ଜଣା ପଡ଼ିଥିଲା ଯେ କିଶୋରୀ ପାଖାପାଖି ୭ମାସର ଗର୍ଭବତୀ। ତାଙ୍କୁ ଗର୍ଭପାତର ଔଷଧ ଖାଇବାକୁ ଦିଆଯାଇଥିଲା। ପରେ କିଶୋରୀ ପରିବାର ଲୋକଙ୍କୁ ପୂରା ଘଟଣା ବିଷୟରେ କହିଥିଲେ। ଗାଁରେ ଘର ପାଖରେ ରହୁଥିବା ତାଙ୍କ ସମ୍ପର୍କୀୟ ଜେଜେବାପା ତାଙ୍କୁ କେତେ ମାସ ହେବ ଦୁଷ୍କର୍ମ କରି ଆସୁଥିଲା। କିଶୋରୀ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ଅଭିଯୁକ୍ତ ତାଙ୍କୁ ଗର୍ଭପାତର ଔଷଧ ଖୁଆଇ ଦେଇଥିଲେ। ଯାହା ଦ୍ବାରା କିଶୋରୀଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା।

ପରିବାର ଲୋକଙ୍କ ସୂଚନା ପାଇ ପୋଲିସ୍ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ସମେତ ଗୁରୁତର ମାମଲାରେ ମୋକଦ୍ଦମା ରୁଜୁ କରିଥିଲା।

Leave a Reply

Your email address will not be published. Required fields are marked *