ପୁଣି ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ନପହଞ୍ଚିିବାରୁ ୩ଜଣ ଗର୍ଭବତୀ ଚାଲିଲେ ୧୭ କିଲୋମିଟର
ରାୟଗଡା:-ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ପଂହଚିପାରି ଲାନି, ଆଉ ୧୭ କିଲୋମିଟର ପାଦରେ ଚାଲିଚାଲି ଗଲେ ୧୭ କିଲୋଟମିର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ମୁନିଗୁଡା ବ୍ଲକର ଦୁର୍ଗମ ରଘୁବରୀ ପଂଚାୟତରେ । ପଚାୟତର ବାରିଙ୍ଗପଦର ଗାଁର ବଲେ ମାଝିଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ରାସ୍ତା ଖରାପ ଥିବା ଦର୍ଶାଇ ଅମ୍ବୁଲାନ୍ସ ପହଞ୍ଚିନଥିଲା । କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ ପରେ ବାଧ୍ୟ ହୋଇ ପରିବାର ଲୋକେ ବଲେ ମାଝୀଙ୍କୁ ପାଦରେ ଚଲାଇ ଚଲାଇ ପ୍ରାୟ ୧୭ କିଲୋମିଟର ରଘୁବାରୀ ଅଣାଯାଇଥିଲା । ସେହିଭଳି ଅନ୍ୟ ଦୁଇଜଣ ଗର୍ଭବତୀ ପରମିତା ମାଝି ଓ ରମିତା ମାଝିଙ୍କୁ ବି ଆଶା ଦିଦିଙ୍କ ସହାୟତାରେ ଚଲାଇ ଚଲାଇ ଅଣାଯାଇଥିଲା । ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପଂହଚିବା ପରେ ଏହି ଦୁଇ ଗର୍ଭବତୀଙ୍କୁ ଆମ୍ବାଦୋଳା ଡାକ୍ତରଖାନା ଅଣାଯାଇଥିଲା ।