ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି : ୧୩ଜଣଙ୍କ ମୃତ୍ୟୁ

ଗୁଆହାଟୀ:-ଆସାମରେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହୋଇଗଲାଣି। ରାଜ୍ୟର ଆଉ ୪ଟି ଜିଲ୍ଲାରେ ମଧ୍ୟ ବନ୍ୟା ପାଣି ପଶିଯାଇଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୩ହୋଇ ଗଲାଣି। ରାଜ୍ୟରେ ୧.୮୯ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ୍ ପ୍ରଭାବିତ ଜିଲ୍ଲାର ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚିବେ ଏବଂ ଉଦ୍ଧାର କାର୍ଯ୍ୟରେ କୋଭିଡ-୧୯ ସୁରକ୍ଷା ନିୟମକୁ ପାଳନ କରିବେ।ବନ୍ୟା ଯୋଗୁଁ ଧୀମାଜି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ଏଠାରେ ୯୧,୦୦୦ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *