ନାବାଳିକା ଦୁଷ୍କର୍ମ ମାମଲା : ବୀରମିତ୍ରପୁର ଆଇଆଇସି ନିଲମ୍ବିତ

ବୀରମିତ୍ରପୁର :-ବୀରମିତ୍ରପୁର ଆଇଆଇସି ନିଲମ୍ବିତ । ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆନନ୍ଦ ଚନ୍ଦ୍ର ମାଝୀଙ୍କ ଯାଗାରେ ନୂତନ ଥାନା ଅଧିକାରୀ ଭାବେ ସ୍ନିଗ୍ଧାରାଣୀ ସୁନା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡିଜିପିଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ସସପେଣ୍ଡ କରାଯାଇଛି । । ଥାନାବାବୁ ସମେତ ଅନ୍ୟ କର୍ମଚାରୀ ଦୀର୍ଘ ଦିନ ଧରି ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ବେଆଇନ୍ ଭାବେ ବୀରମିତ୍ରପୁର ସିଏଚସିରେ ଗର୍ଭପାତ କରିବା ପରେ ନାବାଳିକାକୁ  ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦଚନ୍ଦ୍ର ମାଝି, ଘଟଣା ଦିନ ଉପସ୍ଥିତ ଥିବା ଜନୈକ ପୋଲିସ ଅଧିକାରୀ, ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ରାୟବଗା ଥାନାରେ ଏତଲା ଦେଇଥିଲେ । ବୀରମିତ୍ରପୁର ଥାନାରେ ନାବାଳିକାକୁ ଦୁଷ୍କର୍ମ ଏବଂ ବେଆଇନ୍ ଗର୍ଭପାତ ଘଟଣାର ଚାଲିଛି ତ୍ରିସ୍ତରୀୟ ତଦନ୍ତ । କିପରି ନାବାଳିକାଙ୍କ ଗର୍ଭପାତ କଲେ ଡାକ୍ତର, ଏହାର ତଦନ୍ତ କରୁଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ।

Leave a Reply

Your email address will not be published. Required fields are marked *