ଭାରତୀୟ ଯୁବକ ମୁହଁରେ ମହୁମାଛିଙ୍କୁ ବସାଇ କଲେ ବିଶ୍ୱ ରେକର୍ଡ

ସ । ଧ । ର ଣ ତଃ ମହୁମାଛିଙ୍କ କଥା ପଡ଼ିଲେ ସମସ୍ତେ ଭୟଭୀତ ହୋଇଯାଆନ୍ତି । କେରଳର ନେଚର ଏମ୍‌ଏସ୍‌ କିନ୍ତୁ ନିଆରା ସ୍ୱଭାବର । ୨୪ ବର୍ଷୀୟ ଏହି ଯୁବକ ପେସାରେ ଜଣେ ମହୁଚାଷୀ ।

ମହୁମାଛିଙ୍କୁ ସେ ଏତେ ଭଲ ପାଆନ୍ତି ଯେ ଘଣ୍ଟା ଘଣ୍ଟା ଧରି ସେମାନଙ୍କୁ ମୁହଁରେ ବସାଇ ରଖନ୍ତି । ଏହି ନିଆରା କାମ ପାଇଁ ନେଚର ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ଗିନିଜ୍‌ ରେକର୍ଡ ହାସଲ ପାଇଁ ସେ ୪ ଘଣ୍ଟା ୧୦ ମିନିଟ୍‌ ୫ ସେକେଣ୍ଡ ଯାଏ ମହୁମାଛିଙ୍କ ଦ୍ୱାରା ନିଜ ମୁଣ୍ଡକୁ ଆବୃତ୍ତ କରି ରଖିଥିଲେ । ମହୁଚାଷୀ ଥିବା ବାପା ସଞ୍ଜୟ କୁମାରଙ୍କ ଦ୍ୱାରା ନେଚର ପ୍ରଥମେ ମହୁମାଛିଙ୍କ ସହ ପରିଚିତ ହୋଇଥିଲେ । ଶାନ୍ତ ରହି ମହୁମାଛିଙ୍କୁ ବନ୍ଧୁ ଭଳି ବ୍ୟବହାର କରିବା ଲାଗି ବାପା ତାଙ୍କୁ ପରାମର୍ଶ ଦେଇଥିଲେ । ପିଲାଦିନେ ନିଜ ସାଥୀମାନଙ୍କୁ ପ୍ରଭାବିତ କରିବା ଲାଗି ସେ ନିଜ ମୁହଁରେ ମହୁମାଛି ବସାଉଥିଲେ । ଧୀରେ ଧୀରେ ମହୁମାଛିଙ୍କୁ ଭଲ ପାଇବା ଆରମ୍ଭ କଲେ ।

ଏ ସଂପର୍କରେ ନେଚର କହନ୍ତି, ‘ମହୁମାଛିମାନେ ମୋର ବନ୍ଧୁ । ମୋ’ ପକ୍ଷରୁ ଭୁଲ୍‌ ନ ହେବା ଯାଏ ସେମାନେ କେବେହେଲେ ମୋର କ୍ଷତି କରିବେ ନାହିଁ ।’ ବର୍ତ୍ତମାନ ସେ ବେଙ୍ଗାଲୁରୁର ଏକ କଲେଜରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି । ଭବିଷ୍ୟତରେ ମହୁମାଛିଙ୍କ ସଂପର୍କରେ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *